ଟାଉନ ହାଇସ୍କୁଲରେ କବାଡ଼ି ପ୍ରତିଯୋଗିତା
![](https://thetruths.in/wp-content/uploads/2022/11/Town-High-School-Kabaddi-Competition-1024x576.jpg)
ବାଲେଶ୍ୱର : ସ୍ଥାନୀୟ ଟାଉନ ହାଇସ୍କୁଲରେ ଆନ୍ତଃ ଶ୍ରେଣୀ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ବାରିକ, ବରିଷ୍ଠ ସହକାରୀ ଶିକ୍ଷକ ଦାମୋଦର ପଣ୍ଡା ଓ ଜିଲା ସ୍କୁଲର ଏନସିସି ଶିକ୍ଷକ ମସ୍କୁର ଅଲି ଖାଁ ଏହି କବାଡ଼ି ପ୍ରତିଯୋଗିତାକୁ ମିଳିତ ଭାବେ ଉଦଘାଟନ କରିଥିଲେ । ଶିକ୍ଷା ଗ୍ରହଣ ସାଙ୍ଗକୁ ନିରୋଗ ସ୍ୱାସ୍ଥ୍ୟ ପାଇଁ କ୍ରୀଡ଼ା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ କଳ୍ପଲତା ରଥ, ଖ୍ରୀଷ୍ଟିୟାନ ହାଇସ୍କୁଲର ଖେଳ ଶିକ୍ଷକ ଚିତ୍ତରଂଜନ ପାଶା ଏହି ଖେଳ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତା ୩ଦିନ ଧରି ଚାଲିବ । ଶନିବାର ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଶିକ୍ଷକ ଅକ୍ଷୟ କୁମାର ପାତ୍ର ସୂଚନା ଦେଇଛନ୍ତି ।