ଝାରସୁଗୁଡା କୋର୍ଟ କଂପ୍ଲେକ୍ସ ସିଲ୍
![](https://thetruths.in/wp-content/uploads/2021/04/Jharsuguda-District-Court.jpg)
ଝାରସୁଗୁଡା : ଝାରସୁଗୁଡା କୋର୍ଟ କଂପ୍ଲେକ୍ସ ସିଲ୍ । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କୋର୍ଟକୁ ସାତ ଦିନ ପାଇଁ ସିଲ୍ କରିଛି ପ୍ରଶାସନ । ଏହି ସମୟରେ କୋର୍ଟ ପରିସରକୁ ସାନିଟାଇଜ୍ କରାଯିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ମେ ୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା କୋର୍ଟର ବିଚାର ବିଭାଗୀୟ ପରିସର ବନ୍ଦ ରଖାଯାଇଛି। ଝାରସୁଗୁଡ଼ା କୋର୍ଟ ପରିସରରେ ଅନେକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ଦୌରାଜଜ୍ ଜାରି କରିଥିବା ନିର୍ଦ୍ଦେଶନାମା ୧୮୮ ଅନୁସାରେ କୋର୍ଟ ପରିସରକୁ ଏକ ସପ୍ତାହ ପାଇଁ ବନ୍ଦ କରାଯାଇଛି। ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଝାରସୁଗୁଡ଼ା କୋର୍ଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।