ବୈଶ୍ବିକସ୍ତରରେ ବିମାନ ବନ୍ଦର ମୁଦ୍ରା ବିନିମୟ କାଉଣ୍ଟରରେ ସ୍ବୀକାର ପରେ ଚତୁର୍ଥ ଅନ୍ତର୍ଜାତୀୟ ମୁଦ୍ରା ହେଲା ‘ଟଙ୍କା’
![](https://thetruths.in/wp-content/uploads/2023/04/Rupees.jpg)
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମୁଦ୍ରା କ୍ଷେତ୍ରରେ ଦ୍ରୁତ ଭାବରେ ଅଗ୍ରସର ହେଉଛି ଭାରତୀୟ ‘ଟଙ୍କା’। ଡଲାର, ପାଉଣ୍ଡ ଏବଂ ୟୁରୋ ପରେ ବୈଶ୍ବିକ ସ୍ତରରେ ବିମାନ ବନ୍ଦରରେ ମୁଦ୍ରା ବିନିମୟ କାଉଣ୍ଟରରେ ସ୍ବୀକାର କରାଯିବା ପରେ ଭାରତୀୟ ଟଙ୍କା ଚତୁର୍ଥ ଅନ୍ତରାଷ୍ଟ୍ରୀୟ ମୁଦ୍ରା ହୋଇଛି। ବର୍ତ୍ତମାନ ସମୟରେ ବିଶ୍ବରେ ୧୭ ଦେଶ ଭାରତୀୟ ମୁଦ୍ରାରେ ବ୍ୟବସାୟ କରୁଛନ୍ତି। ଅବଶ୍ୟ ଜର୍ମାନୀ, ଇସ୍ରାଏଲ ଭଳି ୬୪ ବିକଶିତ ଦେଶ ଟଙ୍କା ମାଧ୍ୟମରେ କାରବାର କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ତେବେ ବିଶ୍ବରେ ଯେଉଁ ୧୭ ଦେଶ ଭାରତୀୟ ମୁଦ୍ରାରେ ବର୍ତ୍ତମାନ ବ୍ୟବସାୟ କରୁଥିବା ଦେଶରେ, ୟୁକେ, ମାଲେସିଆ, ରୁଷ, ସିଙ୍ଗାପୁର, ନ୍ୟୁଜିଲ୍ୟାଣ୍ଡ୍, ଶ୍ରୀଲଙ୍କା, ମିଆଁମାର, ବୋତ୍ସଭାନା, ଇସ୍ରାଏଲ, ଫିଜି, ଓମାନ, ଜର୍ମାନୀ, କେନିଆ, ଗୁଏନା, ମରିସସ୍, ସେଶେଲ୍ସ ଏବଂ ତାଞ୍ଜାନିଆ ସାମିଲ୍ ରହିଛନ୍ତି। ଯଦି ଭାରତୀୟ ମୁଦ୍ରା ‘ଟଙ୍କା’ ବିଶ୍ବର ୩୦ରୁ ଅଧିକ ଦେଶଙ୍କ ସହ ବ୍ୟବସାୟ କରୁଛି। ତେବେ ଏହାକୁ ଅନ୍ତରାଷ୍ଟ୍ରୀୟ ବ୍ୟବସାୟିକ ମୁଦ୍ରା ଘୋଷଣା କରାଯାଇପାରେ।
ସୂଚନା ଯେ, ୟୁରୋପୀୟ ୟୁନିୟନରେ ସାମିଲ୍ ଜର୍ମାନୀ ପ୍ରଥମ ଥର ଏସିଆର ମୁଦ୍ରା ଅର୍ଥାତ୍ ଭାରୀୟ ମୁଦ୍ର ‘ଟଙ୍କା’ ସହ ବ୍ୟବସାୟ କରିବା ପାଇଁ ଆଗକୁ ଆସିଛି। ଜର୍ମାନୀ ସହ ଇସ୍ରାଏଲ ମଧ୍ୟ ଭାରତୀୟ ମୁଦ୍ରାରେ କାରବାର କରିବା ପାଇଁ ଇଚ୍ଛା ଜାର କରି କଥାବାର୍ତ୍ତା ଆରମ୍ଭ କରିଛି।