ଆୟୁଷ-୬୪ ଔଷଧ ନିଶୁଳ୍କ ବଣ୍ଟନ ପାଇଁ ସ୍ମାରକପତ୍ର ପ୍ରଦାନ
![](https://thetruths.in/wp-content/uploads/2022/06/Ayush-64-Medicine-1024x550.jpg)
ବାଲେଶ୍ୱର : ବାଲେଶ୍ୱର ଜିଲାରେ ପ୍ରତ୍ୟେକ ଗ୍ରାମାଞ୍ଚଳ ଏବଂ ମହାବିଦ୍ୟାଳୟ ଗୁଡ଼ିକରେ ଆୟୁଷ-୬୪ ଔଷଧର ନିଶୁଳ୍କ ବଣ୍ଟନ କାର୍ଯ୍ୟକ୍ରମ କରିବାକୁ ଫକୀର ମୋହନ ଶିକ୍ଷାର୍ଥୀ ପରିଷଦ ପକ୍ଷରୁ ଶୁକ୍ରବାର ଏକ ସ୍ମାରକପତ୍ର ଜିଲାପରିଷଦ ସଭାପତି ନାରାୟଣ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ମୌସୁମୀର ଆଗମନ ହେତୁ ବିଶେଷ କରି ଗାଁ ଗଣ୍ଡାରେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ରହିଥାଏ । ଏହି ଆୟୁଷ-୬୪ ଔଷଧ ରୋଗପ୍ରତିରୋଧକ ଶକ୍ତିର ବର୍ଦ୍ଧନରେ ସହାୟକ ହେବ । ଦରଖାସ୍ତ ଗ୍ରହଣ କରି ଜିଲାପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଏନେଇ ଆଗାମୀ ଦିନରେ ସମସ୍ତ ମହାବିଦ୍ୟାଳୟ ଏବଂ ଗ୍ରାମାଞ୍ଚଳସ୍ତରରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରିବା ସହ ଆୟୁଷ-୬୪ ଔଷଧ ନିଶୁଳ୍କ ବଣ୍ଟନ ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସ୍ମାରକପତ୍ର ପ୍ରଦାନ ବେଳେ ଫକୀରମୋହନ ଶିକ୍ଷାର୍ଥୀ ପରିଷଦର ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ଅଭିରାମ ମହାନ୍ତି, ସାଙ୍ଗଠନିକ ସଭାପତି ଯୋଗେନ୍ଦ୍ର ମାଇତି ଓ କର୍ମକର୍ତ୍ତା ମାନସ ସାହୁ ଉପସ୍ଥିତ ଥିଲେ ।