ବିକିନି ପିନ୍ଧି କେକ କାଟିଲେ ଇରା, ସୋସିଆଲ ମିଡିଆରେ ହେଲା ଭାଇରାଲ୍
![](https://thetruths.in/wp-content/uploads/2022/05/Ira-Khan-1024x576.jpg)
ମୁମ୍ବାଇ : ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବ ସହ ଚର୍ଚ୍ଚାରେ ରହିଥାନ୍ତି ଅମୀର ଖାନଙ୍କ ଝିଅ ଇରା ଖାନ୍ । ସବୁ ସମୟରେ ସେ ତାଙ୍କ ଫ୍ୟାନ୍ ଫଲୋର୍ସମାନଙ୍କ ପାଇଁ କିଛି ନା କିଛି ଫଟୋ ଭିଡିଓ ସେୟାର କରିଥାନ୍ତି । ହେଲେ ଇରା ତାଙ୍କ ଫିଲ୍ମ ଜଗତରେ ଯେତିକି ନୁହେଁ ତାଙ୍କ ପର୍ସନାଲ ଲାଇଫ୍କୁ ନେଇ ବେଶ ଚର୍ଚ୍ଚାରେ ରୁହନ୍ତି। କେବେ ଭିନ୍ନ ଷ୍ଟାଇଲ୍ରେ ତ ଆଉ କେତେବେଳେ ବୟଫ୍ରେଣ୍ଡ ସହ ଫଟୋ ସେୟାର କରି । ହେଲେ ବର୍ତ୍ତମାନ ତାଙ୍କର ଏପରି ଏକ ଫଟୋ ସେୟାର ହୋଇଛି । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
ନିକଟରେ ଇରା ଖାନଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ବଲିଉଡ୍ ପରଫେକ୍ସନିଷ୍ଟ ତଥା ବାପା ଅମୀର ଖାନ ମଧ୍ୟ ତାଙ୍କ ଝିଅ ସହିତ ନଜର ଆସିଥିଲେ । କେବଳ ଏତିକି ହି ନୁହେଁ ପୁଅ ଆଜାଦଙ୍କ ସହ ଅମୀର ଖାନ ତାଙ୍କ ଝିଅର ଜନ୍ମଦିନ ପାଳନ କରିଥିଲେ । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଦେଖି ୟୁଜର୍ସମାନେ ତାଙ୍କ ଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି । ଏହି ଫଟୋ ଇନଷ୍ଟାଣ୍ଟ ବଲିଉଡର ଅଫିସିଆଲ୍ ଆକାଉଣ୍ଟରୁ ସେୟାର କରାଯାଇଛି । ଇରା ଜନ୍ମ ଦିନରେ ମହମବତୀ ଫୁଙ୍କୁଥିବା ବେଳେ ଫଟୋରେ ଇରା ସ୍ୱିମ୍ ସୁଟ ତଥା ବିକିନି ପରି ପିନ୍ଧିଥିବାବେଳେ ଆମିର ଏବଂ ଆଜାଦ ସାର୍ଟଲେସ୍ ନଜର ଆସିଛନ୍ତି । ଫଟୋକୁ ଦେଖିଲେ ଲାଗୁଛି ଯେ ସମସ୍ତେ ବିଚ୍ ଟାଇମ୍ ତଥା ପୁଲ୍ ପାର୍ଟିକୁ ଉପଭୋଗ କରୁଥିଲେ । କିନ୍ତୁ ଏହି ସବୁ ଫଟୋକୁ ଦେଖି ଫ୍ୟାନ୍ସମାନେ ତାଙ୍କୁ ଖୁବ୍ ଟ୍ରୋଲ୍ କରିଛନ୍ତି । ପରିବାର ମଧ୍ୟରେ ଏଭଳି ପୋଷାକ ପିନ୍ଧିବା ଦେଖି ନା ନା କଥା କହିଛନ୍ତି । ଜଣେ ୟୁଜର୍ସ କହିଛନ୍ତି- ଏମିତି କିଏ ପାଳନ କରେ । ଏହା ଇରାଙ୍କ ପାଇଁ ନୂଆ କଥା ନୁହଁ ପୂର୍ବରୁ ମଧ୍ୟ ବହୁତ ଥର ଟ୍ରୋଲ ହୋଇଛନ୍ତି । ବର୍ତ୍ତମାନ ଫଟୋଟି ଚାରିଆଡେ ଘୁରି ବୁଲୁଛି ।