ଚଳିତ ବର୍ଷ ଶେଷ ସୁଦ୍ଧା ମୁକ୍ତ ବାଣିଜ୍ୟ ଚୁକ୍ତି କରିବାକୁ ନିଷ୍ପତି ନେଲେ ଭାରତ-ବ୍ରିଟେନ
![](https://thetruths.in/wp-content/uploads/2022/04/Free-Trade-Agreement.jpg)
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୟୁକ୍ରେନର ଘଟଣା ସମେତ ବିଭିନ୍ନ ଦ୍ୱିପାକ୍ଷିକ ତଥା ବିଶ୍ୱ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିଥିଲେ ଏବଂ ପାରସ୍ପରିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୀଘ୍ର ପଦକ୍ଷେପ ନେବକୁ ନିଷ୍ପତି ନେଇଥିଲେ । ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଦୁଇ ପ୍ରଧାନମନ୍ତ୍ରୀ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପ୍ରତିରକ୍ଷା କ୍ଷେତ୍ର, ଭିତିଭୂମି ବିକାଶ, ଜଳବାୟୁ ଏବଂ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ସମ୍ପର୍କରେ ମୋଦୀ ଉଲ୍ଲେଖ କରିଛନ୍ତି ଏବଂ ଉଚ୍ଚାଭିଳାଷୀ ରୋଡ଼ମ୍ୟାପ୨୦୩୦ରେ ପାରସ୍ପରିକ ସହଯୋଗରେ ଉଭୟ ଦେଶ ନୂତନ ଲକ୍ଷ୍ୟ ଅନ୍ତର୍ଭୁକ୍ତ କରିବେ ବୋଲି ମୋଦୀ କହିଛନ୍ତି । ସମ୍ପ୍ରତି ଉଭୟ ଦେଶ ରୋଡ଼ମ୍ୟାପ-୨୦୩୦ ପ୍ରସ୍ତୁତ କରିଥିଲେ ଏବଂ ଉଭୟ ଦେଶ ରୋଡ଼ ମ୍ୟାପ-୨୦୩୦ ପ୍ରସ୍ତୁତ କରିଥିଲେ ଏବଂ ଉଭୟ ନେତା ଏହାର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ ।
ସେହିପରି ଭାରତରେ ଦିଆଯାଇଥିବା ଆତିଥ୍ୟକୁ ପ୍ରଶଂସା କରିଛନ୍ତି ବୋରିଶ ଜନସନ । ପ୍ରଥମ ଦିନ ଗସ୍ତ ବେଳେ ଗୁଜରାଟରେ ଯେଉଁଭଳି ସ୍ୱାଗତ କରାଯାଇଛଛି ସେଥିରେ ସେ ଅଭିଭୂତ ବୋଲି କହିଛନ୍ତି । ଜନସନ୍ ନିଜକୁ ସଚିନ୍ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଜନସନ୍ ଭାରତ ଗସ୍ତରେ ତାଙ୍କ ଦ୍ୱିତୀୟ ବା ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦିଲ୍ଲୀସ୍ଥିତ ହାଇଦ୍ରବାଦ ହାଉସରେ ସାକ୍ଷାତ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ସେ ମୋଦିଙ୍କୁ ନିଜର ଖାସ୍ ବନ୍ଧୁ ବୋଲି ବିବେଚିତ କରିଛନ୍ତି । ଦୁଇଦେଶ ମଧ୍ୟରେ ଆଲୋଚନା ବେଳେ ବୋରିସ୍ ତାଙ୍କର ଭାରତ ଗସ୍ତ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ସେ ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଜନସନ୍ ଆହୁରି କହିଛନ୍ତି, ବର୍ତମାନର ଘଡ଼ିଷନ୍ଧି ସମୟରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ୍ ହୋଇଛି । ଦୁଇ ଦେଶ ମଧ୍ୟରେ ସୁରକ୍ଷା ବୁଝାମଣା ବଢ଼ାଇବା ପାଇଁ ଆଲୋଚନା ହୋଇଛି । ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ବୁଝାମଣା ମଧ୍ୟ ହୋଇଛି । ସେହିପରି ମୋଦି ୟୁକେନ୍ର ଯୁଦ୍ଧକୁ ତୁରନ୍ତ ରୋକିବା ଏବଂ ଏହି ସମସ୍ୟାର ସମାଧାନ ଉପରେ ଜୋର୍ ଦେଇଛନ୍ତି । ଏହି ବୈଠକରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ବ୍ୟବସାୟିକ ଆଲୋଚନା ମଧ୍ୟ ହୋଇଛି । ମୋଦି କହିଛନ୍ତି ଯେ, ଫ୍ରୀ ଟ୍ରେଡ୍ ଏଗ୍ରିମେଂଟ ବା ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଦୁଇ ଦେଶ ଜୋରସୋରରେ କାମ କରୁଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୋଦି ।