ଶୀତଦିନେ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ଏହି ଜିନିଷ, ସୁସ୍ଥ ରଖିବା ସହ ପାଖ ମାଡ଼ିବନି ରୋଗ
ଋତୁ ଓ ଶୀତ ଦିନ। ଜଳବାୟୁ ପରିବର୍ତ୍ତନ ହେବା ସହିତ, ଅନେକ ଲୋକ ବିଭିନ୍ନ ପ୍ରକାରର ରୋଗବେମାରୀର ଶିକାର ହୋଇଥାନ୍ତି । ତେବେ ଶୀତଦିନେ ନିଜକୁ ସୁସ୍ଥ ରଖିବା ପାଇଁ ସକାଳ ଜଲଖିଆ କରିବା ପୂର୍ବରୁ, ନିଜ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ଏମିତି କିଛି ଜିନିଷ, ଯାହା ଶୀତଦିନେ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିସହ ପାଖ ମାଡ଼ିବନି ରୋଗ ।
ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ …..
ପିସ୍ତାବାଦାମ :
ଶୀତଦିନରେ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ସକାଳ ଜଳଖିଆ କରିବା ପୂର୍ବରୁ ଖାଲିପେଟରେ ଭିଜା ହୋଇଥିବା ପିସ୍ତାବାଦାମ୍ ଖାଇବା ବହୁତ୍ ଉପକାରୀ । ଏଥିରେ ଭିଟାମିନ୍ ‘ଇ, ପ୍ରୋଟିନ୍,ଫାଇବର,ଓମେଗା୩ ଭଳି ତତ୍ୱ ଭରି ରହିଥାଏ ।
ଅଖରୋଟ :
ବାଦାମ୍ ଭଳି ପ୍ରତିଦିନ ସକାଳେ ଖାଲିପେଟରେ ପାଣିରେ ଭିଜା ହୋଇଥିବା ଅଖରୋଟ ଖାଇବା ଶରୀର ପାଇଁ ବହୁତ୍ ଲାଭଦାୟକ । ଏଥିରେ ଭିଟାମିନ୍,ମିନେରାଲ୍ସ,ପୋଟାସିୟମ୍,କ୍ୟାଲସିୟମ୍,ଫାଇବରର ତତ୍ୱ ଭରପୁର ମାତ୍ରାରେ ଭରି ରହିଥାଏ । ଯାହା ବ୍ଲଡ୍ ସୁଗାର ଲେବୁଲ କଣ୍ଟ୍ରୋ କରିବା ସହିତ,ବ୍ଲଡପ୍ରେସର୍ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ।
ଅମୃତଭଣ୍ଡା :
ଅମୃତଭଣ୍ଡାକୁ ଖାଲି ପେଟରେ ଖାଇବା ବହୁତ୍ ଭଲ । ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା, ଓଜନ ନିୟନ୍ତ୍ରଣ କରିବାରେ ଏହା ସହାୟକ ହୋଇଥାଏ । ଏହା ସହିତ ପେଟ ଜନିତ ବିଭିନ୍ନ ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରେ ।
ମହୁ :
ମହୁକୁ ଅନେକ ଲୋକ ପ୍ରତିଦିନ ବ୍ୟବହାର କରିଥାନ୍ତି । ଏହା ଶରୀର ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ । ତେବେ ଶୀତଦିନରେ , ନଖ ଉଷୁମ୍ ପାଣିରେ ମହୁ ମିଶାଇ ପିଇବା ଲାଭଦାୟକ ହୋଇଥାଏ । ଏପରି କରିବା ଦ୍ୱାରା ଥଣ୍ଡା,କାଶ ଭଳି ସମସ୍ୟାରୁ ଆରାମ୍ ମିଳିଥାଏ । ଔଷଧିୟ ଗୁଣରେ ଭରପୁର ମହୁରେ ମିନେରାଲ୍ସ,ଭିଟାମିନ ଭଳି ଅନେକ୍ ପୋଷକ ତତ୍ୱ ଭରି ରହିଥାଏ । ଏହା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।