କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ୪ଟି ଡ୍ରାଏ ଫ୍ରୁଟ୍ସ
ବର୍ତ୍ତମାନ ସମୟରେ ଏକ ସାଧାରଣ ସମସ୍ୟା କୋଲେଷ୍ଟ୍ରଲ୍। ଡାକ୍ତର ସୁଷମ ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଥିବାବେଳେ ଲୋକେ ସବୁଜ ପନିପରିବା, ଫଳ, ଡ୍ରାଏ ଫ୍ରୁଟ ଖାଇବା ବଦଳରେ ବଜାରରୁ ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି। ଚାପଯୁକ୍ତ ଜୀବନଶୈଳୀ ଏବଂ ଖରାପ ଖାଇବା ଅଭ୍ୟାସ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗୁଛି।
ଜଙ୍କ୍ ଫୁଡ ପ୍ରଭାବରେ କମ ବୟସରେ ଲୋକଙ୍କ ସ୍ୱାସ୍ଥ୍ୟହାନୀ ହେବା ସହ ବାର୍ଦ୍ଧ୍ୟକ୍ୟର ଛାପ ଦେଖିବାକୁ ମିଳୁଛି। ଶରୀର ପାଇଁ ଆବଶ୍ୟକ ପୋଷଣ ଅଭାବରୁ ଲୋକେ ବିଭିନ୍ନ ରୋଗର ଶୀକାର ହେଉଛନ୍ତି। ,
ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ରହିଛି। ଗୋଟିଏ ଶରୀର ପାଇଁ ଲାଭଦାୟକ ହୋଇଥିବାବେଳେ ଦ୍ୱିତୀୟ ଶରୀର ପାଇଁ ହାନିକାରକ। ଶରୀରରେ ନେଗେଟିଭ କୋଲେଷ୍ଟ୍ରଲ ବୃଦ୍ଧି ପାଇଲେ ହୃଦଘାତର ଆଶଙ୍କା ବଢିଯାଇଥାଏ। କେବଳ ଖାଦ୍ୟ ଉପରେ ସଚେତନ ହୋଇପାରିଲେ ଶରୀରରେ କୋଲେଷ୍ଟ୍ରଲ ସନ୍ତୁଳିତ ରଖିବା ସମ୍ଭବପର ହୋଇପାରିବ। ସବୁଜ ପନିପରିବା ସହିତ ଡ୍ରାଏ ଫ୍ରୁଟକୁ ଡାଏଟରେ ସାମିଲ କଲେ କୋଲେଷ୍ଟ୍ରଲକୁ ହ୍ରାସ କରାଯାଇପାରିବ।
କୋଲେଷ୍ଟ୍ରଲ ନିୟନ୍ତ୍ରଣ ପାଇଁ ସବୁଠାରୁ ଲାଭଦାୟକ ହେଉଛି ଅଖରୋଟ୍, ପିସ୍ତା, ବାଦାମ। କିଛି ଦିନ ନିୟମିତ ଅଖରୋଟ୍ ଖାଇବା ଦ୍ୱାରା ବର୍ଦ୍ଧିତ କୋଲେଷ୍ଟ୍ରଲ ହ୍ରାସ ପାଇଥାଏ । ସେହିପରି ଖାଦ୍ୟରେ ପିସ୍ତା ସାମିଲ କଲେ ଶରୀରରେ ପଜିଟିଭ କୋଲେଷ୍ଟ୍ରଲର ବୃଦ୍ଧି ଘଟିଥାଏ। ଦୈନିକ ବାଦାମ ଖାଇବା ଦ୍ୱାରା ମଧ୍ୟ ନେଗେଟିଭ କୋଲେଷ୍ଟ୍ରଲ ହ୍ରାସ ପାଇଥାଏ। ବାଦାମରେ ପ୍ରଚୁର ପରିମାଣରେ ଆମିନୋ ଏସିଡ୍ ରହିଥିବାରୁ ଏହା ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ ପ୍ରସ୍ତୁତ କରିଥାଏ। ଦୈନିକ ବାଦାମ ଖାଇବା ଦ୍ୱାରା ନେଗେଟିଭ କୋଲେଷ୍ଟ୍ରଲ କମିଯିବା ସହ ସନ୍ତୁଳିତ ସ୍ତରକୁ ଆସିଥାଏ ।
ଅଖରୋଟ୍, ପିସ୍ତା, ବାଦାମ ବ୍ୟତୀତ ଶରୀରରେ କୋଲେଷ୍ଟ୍ରୋଲ ସନ୍ତୁଳିତ ରଖିବା ପାଇଁ ବିଭିନ୍ନ ପ୍ରକାର ମଞ୍ଚିକୁ ମଧ୍ୟ ଖାଦ୍ୟ ଭାବେ ଗ୍ରହଣ କରାଯାଇପାରିବ। ଗଜାମୁଗ, କୋଳଥ, ମେଥି ପରି ମଞ୍ଚିକୁ ଭିଜାଇ ଖାଇଲେ ଏହା ନେଗେଟିଭ କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ।