ଇମ୍ରାନଙ୍କୁ ଋଷ ଗସ୍ତ ପଡିଲା ମହଙ୍ଗା! ପାକିସ୍ତାନ ଏନ୍ଏସ୍ଏର ଗସ୍ତକୁ ରଦ୍ଦ କଲା ବ୍ରିଟେନ୍ ସରକାର
![](https://thetruths.in/wp-content/uploads/2022/03/Pkistan.jpg)
ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଋଷ ଗସ୍ତ ମହଙ୍ଗା ପଡିଲା । ଯୁଦ୍ଧ ସମୟରେ ଋଷ ଗସ୍ତକୁ ନେଇ ପଶ୍ଚିମ ଦେଶ ଗୁଡିକ ପାକିସ୍ତାନ ଉପରେ ଖପ୍ପା ହୋଇଛନ୍ତି । ଫଳରେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ବ୍ରିଟେନ ସରକାର ପାକିସ୍ତାନର ପଦକ୍ଷେପ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବ୍ରିଟେନ୍ ସରକାର ପାକିସ୍ତାନ ଏନ୍ଏସ୍ଏର ଗସ୍ତକୁ ରଦ୍ଦ କରି ଦେଇଛିନ୍ତି ।
ସୂଚନା ଅନୁସାରେ, ପାକିସ୍ତାନୀ ପିଏମ୍ ଇମ୍ରାନ୍ ଖାନ୍ ନିକଟରେ ରୁଷ୍ ଗସ୍ତ କରିଥିଲେ । ରୁଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ଙ୍କ ସହ ସାକ୍ଷାତ୍ କରିଥିଲେ । ସାକ୍ଷାତ୍କାରରେ ପୁଟିନ୍ଙ୍କ ଠାରୁ ଆର୍ଥିକ ସହଯୋଗ ମାଗିଥିଲେ । ଏହାସହ ବ୍ରିଟେନ୍ ଏବେ ପାକିସ୍ତାନର ନୀତି ଉପରେ ପ୍ରଶ୍ନ ଉଠାଇଛି । ମିଳିତ ଜାତିସଂଘର ସାଧାରଣ ସଭାରେ ପାକିସ୍ତାନ ରୁଷ୍ ବିରୋଧରେ ମତଦାନ କରିନଥିଲା, ଯାହାକୁ ପଶ୍ଚିମୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି । ଏପରିକି ପଶ୍ଚିମୀ ଦେଶଗୁଡ଼ିକ ପାକିସ୍ତାନ ଉପରେ ଚାପ ପକାଇଥିଲେ କି ରୁଷ୍ ବିରୋଧରେ ତାଙ୍କ ସପକ୍ଷରେ ଠିଆ ହୁଅନ୍ତୁ । ହେଲେ ପାକିସ୍ତାନର ପଦକ୍ଷେପ ଉପରେ ପଶ୍ଚିମୀ ଦେଶ ଗୁଡ଼ିକ ଖପା ହୋଇଥିଲେ । କାରଣ ପାକିସ୍ତାନ ମତଦାନରୁ ବିରତି ନେଇଥିଲା ।ଫଳରେ ବ୍ରିଟେନ ପାକିସ୍ତାନ ଏନଏସଏର ଗସ୍ତକୁ ରଦ୍ଦ କରିଦେଇଛିନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପାକିସ୍ତାନ ବହୁ ଦିନରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ନିଜର ଆବଶ୍ୟକତାକୁ ପୂରା କରିବା ପାଇଁ ସେ ପଶ୍ଚିମୀ ଦେଶ ଗୁଡ଼ିକ ଉପରେ ଆରମ୍ଭରୁ ନିର୍ଭରଶୀଳ ରହିଛନ୍ତି । ଏହି ଭିତରେ ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଯୁଦ୍ଧ ବେଳେ ପାକିସ୍ତାନ ପଶ୍ଚିମୀ ଦେଶ ଗୁଡ଼ିକୁ ସହଯୋଗ ନକରିବା ଫଳରେ ଏଭଳି ପଦକ୍ଷେପ ନିଆଯାଇଛି ।