ରବିବାର ସୂର୍ଯ୍ୟ ପୂଜାର ମହତ୍ୱ ! କରନ୍ତୁ ଏହି ସବୁ କାମ, ଜୀବନରେ ଆସିବ ସୁଖ-ସମୃଦ୍ଧି
![](https://thetruths.in/wp-content/uploads/2022/08/Lord-Suryadev-1024x576.jpg)
ରବିବାର ଦିନଟି ସୂର୍ଯ୍ୟ ଦେବଙ୍କୁ ସମର୍ପିତ କରାଯାଏ । ସୂର୍ଯ୍ୟ ଦେବଙ୍କ ଆଲୋକରେ ସାରା ବିଶ୍ବ ଆଲୋକିତ ହୋଇଥାଏ । ସୂର୍ଯ୍ୟଙ୍କ ଉପାସନା ଦ୍ୱାରା ଯଶ ଓ ଆରୋଗ୍ୟ ଲାଭ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କ ଉପାସନାକୁ ନେଇ କିଛିଟା ଉପାୟ କୁହାଯାଇଛି । ସେଥିପାଇଁ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ । ଆସନ୍ତୁ ଜାଣିବା ……
କୁହାଯାଇଛି ଯେ ଯଦି ଆପଣ ସପ୍ତାହ ସାରା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିପାରୁ ନାହାନ୍ତି ତେବେ ରବିବାର ଦିନ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ସମୟରେ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।
ରବିବାର ଦିନ ଘରର ସମସ୍ତ ସଦସ୍ୟ ମଥାରେ ଚନ୍ଦନ ଲଗାଇବା ଉଚିତ୍ । ରବିବାର ଦିନ ବ୍ରତ କରିବାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହୋଇଥାଏ।
ରବିବାର ଦିନ ଆଦିତ୍ୟ ହୃଦୟ ମନ୍ତ୍ର ଜପ କରିବା ଉଚିତ୍ । କାରଣ ଚକ୍ଷୁ ଓ ଚର୍ମ ରୋଗରୁ ଆରମ୍ ମିଳିଥାଏ । ଗୁରୁଜନ ମାନଙ୍କ ଆଶୀର୍ବାଦ ଗ୍ରହଣ କରିବା ଉଚିତ୍ ।
ରବିବାର ଦିନ ତମ୍ବା ପାତ୍ର , ଗହମ , ତେଲ ଇତ୍ୟାଦି ଗରିବକୁ ଦାନ ଦିଆଯିବା ଉଚିତ୍ । ଏପରି କରିବାଦ୍ବାରା ଘରୁ ବିପଦ ଦୂରେଇଯାଏ ।
ରବିବାର ଦିନ ପୀପଲ୍ ଗଛତଳେ ଦ୍ଵିପ ଜଳାଇବା ଦ୍ଵାରା ପଦ ପ୍ରତିଷ୍ଠା ଲାଭ ହୋଇଥାଏ ।
ସନ୍ତାନ ମାନଙ୍କ ଉନ୍ନତି ପାଇଁ ରବିବାର ଦିନ ନିଜ ଘରେ ବିଶେଷ ଭାବରେ ସୂର୍ଯ୍ୟପୂଜା କରନ୍ତୁ । ସୂର୍ଯ୍ୟଦେବ ଯଶ, ଆୟୁ, ସଫଳତା ଦେଇଥାଆନ୍ତି।
ଯଦି ରବିବାର ଦିନ ଆପଣଙ୍କୁ କୌଣସି ଜରୁରୀ କାମରେ ଯିବାରଅଛି ତାହେଲେ ଯିବା ପୂର୍ବରୁ ଗାଈକୁ ରୁଟି ନିଶ୍ଚୟ ଖୁଆନ୍ତୁ। ଏହାଦ୍ୱାରା ସଫଳତା ଅବଶ୍ୟ ମିଳିବ।
ରବିବାର ଦିନ ତମ୍ବା ପାତ୍ର କିମ୍ବା ଢାଳରେ ପାଣି ନେଇ ସେଥିରେ ଟିକେ ସିନ୍ଦୁର ମିଶାଇ ବରଗଛ ମୂଳରେ ଅର୍ପଣ କରନ୍ତୁ। ଏହାସହ ହଳଦୀରେ ବରଗଛରେ ସ୍ୱସ୍ତିକ କରନ୍ତୁ।
ରବିବାର ଦିନ ଘରର ସବୁ ସଦସ୍ୟଙ୍କ ମଥାରେ ଚନ୍ଦନ ତିଳକ ଲଗାଇବା ଉଚିତ।
ରବିବାର ଦିନ ମାଛଙ୍କୁ ଅଟା ଗୁଳା ତିଆରି କରି ଖାଇବାକୁ ଦେବା ଉଚିତ। ଏହା ଶୁଭ ଫଳଦାୟୀ ବୋଲି କୁହାଯାଏ।
ରବିବାର ଦିନ ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଉଚିତ।
ରବିବାର ଦିନ ଶୁଦ୍ଧ କସ୍ତୁରୀକୁ ହଳଦିଆ ବସ୍ତ୍ରରେ ବାନ୍ଧି ଘରର ଟ୍ରେଜେରିରେ ରଖିଦିଅନ୍ତୁ। ଜୀବନରେ ସର୍ବଦା ସୁଖ-ସମୃଦ୍ଧି ରହିବ।
ରବିବାର ଦିନ ଟଙ୍କାପଇସା ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ଦିନ ଧନ ସମ୍ବନ୍ଧୀୟ କାମ କଲେ ଦରିଦ୍ରତା ଆସିଥାଏ ବୋଲି କୁହାଯାଏ।
ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଅବଶ୍ୟ ପାଠ କରିବା ଉଚିତ। ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।
କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ କିମ୍ବା ନୀଚରେ ଥିଲେ କିମ୍ବା ଅଶୁଭ ଘରେ ବିରାଜମାନ ଥିଲେ ସୂର୍ଯ୍ୟଦେବଙ୍କ ଆରାଧନା ଅତ୍ୟନ୍ତ ଜରୁରୀ ।
କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ ରହିଥିଲେ ,ଏମାନେ ସୂର୍ଯ୍ୟଦେବଙ୍କୁ ନିଶ୍ଚିତ ଆରାଧନା କରିବା ଉଚିତ। ଏମାନେ ରବିବାର ଦିନ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ଶୁଭ ଫଳଦାୟୀ ପ୍ରମାଣିତ ହୋଇଥାଏ ।
ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ପ୍ରେମ ବଜାୟ ରଖିବାକୁ ଏବଂ ଓ ମାନ ସମ୍ମାନ ପ୍ରାପ୍ତି ପାଇଁ ସୂର୍ଯ୍ୟଦେବଙ୍କ ଉପାସନା କରିବା ଉଚିତ।