ଏଣିକି ଏୟାର ଇଣ୍ଡିଆରେ ଟିକେଟ୍ କଲେ ଏୟାର ଏସିଆରେ କରିପାରିବେ ଯାତ୍ରା, ଜାଣନ୍ତୁ କାରଣ
![](https://thetruths.in/wp-content/uploads/2022/02/Air-Asia.jpg)
ନୂଆଦିଲ୍ଲୀ : ଏଣିକି ଏୟାର ଇଣ୍ଡିଆରେ ଟିକେଟ୍ କଲେ ଏୟାର ଏସିଆରେ କରିପାରିବେ ଯାତ୍ରା । ଯାତ୍ରୀମାନେ ବର୍ତ୍ତମାନ ଗୋଟିଏ ବିମାନରୁ ଟିକେଟ ନେଇ ଅନ୍ୟ ଏକ ବିମାନରେ ଯାତ୍ରା କରିପାରିବେ । ବାସ୍ତବରେ, ଏୟାର ଇଣ୍ଡିଆ ଏବଂ ଏୟାର ଏସିଆ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଯାତ୍ରୀଙ୍କୁ କୌଣସି ଅସୁବିଧା ହେଲେ ଉଭୟ ବିମାନ ଚଳାଚଳ ପରସ୍ପରର ଯାତ୍ରୀଙ୍କୁ ଯାତ୍ରା କରିପାରିବେ । ତେବେ ଏହି ଚୁକ୍ତିନାମାର କାରଣ ହେଉଛି ଯାତ୍ରୀମାନେ କୌଣସି ବିମାନ ଉଡ଼ାଣରେ ବ୍ୟାଘାତ ହେଲେ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏହା ଅଧୀନରେ ବିମାନ ସେବା ଯାହାର ବିମାନ ପ୍ରଥମେ ଉପଲବ୍ଧ ହେବ, ଯାତ୍ରୀମାନେ କେବଳ ଗୋଟିଏ ଟିକେଟ୍ ମାଧ୍ୟମରେ ଏଥିରେ ଯାତ୍ରା କରିପାରିବେ ।
ଟାଟା ସନ୍ସଙ୍କ ହାତରେ ଏୟାର ଇଣ୍ଡିଆ କମାଣ୍ଡ ଆସିବା ପରେ ଯାତ୍ରୀଙ୍କ ପାଇଁ ଅନେକ ଗୁଡିଏ ସୁବିଧା ସୁଯୋଗ କରାଯାଉଛି । ଯାତ୍ରୀଙ୍କୁ କୌଣସି ଅସୁବିଧାରୁ ଦୂରେଇ ରଖିବା କମ୍ପାନୀ ପକ୍ଷରୁ ବହୁତ ଧ୍ୟାନ ଦିଆଯାଉଛି । ଏହି କାରଣରୁ ଏୟାର ଇଣ୍ଡିଆ ଏବଂ ଏୟାର ଏସିଆ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।