ପଞ୍ଜାବରେ ନିର୍ବାଚନ ଜିତିଲେ ପ୍ରତି ପରିବାରକୁ ମାଗଣାରେ ଦିଆଯିବ ୩୦୦ ୟୁନିଟ ବିଜୁଳି : କେଜ୍ରିୱାଲ
ଚଣ୍ଡୀଗଡ : ପଞ୍ଜାବ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ସରକାର ଗଢିଲେ ସମସ୍ତଙ୍କ ପାଇଁ ପ୍ରଥମେ କରାଯିବ ଏହି ୩ଟି କାର୍ଯ୍ୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । ପ୍ରଥମେ ପ୍ରତି ପରିବାରକୁ ୩୦୦ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରାଯିବ । ଦ୍ୱିତୀୟରେ ସମସ୍ତ ବକେୟା ଘରୋଇ ବିଦ୍ୟୁତ୍ ବିଲ୍ ଛାଡ କରାଯିବ । ଏବଂ ତୃତୀୟରେ ସମସ୍ତଙ୍କୁ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଇ ଦିଆଯିବ ।ଦିନିକିଆ ପଞ୍ଜାବ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପଞ୍ଜାବ ସରକାର ବିଜୁଳି କମ୍ପାନୀ ସହ ଚାଲିଥିବା ସଲାସୁତୁରା ଚାଲିଥିବା ନେଇ ଅଭିଯୋଗ କରିଛନ୍ତି । କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିନ କରି କହିଛନ୍ତି ଯେ, ଯେତେବେଳେ ଆମେ ୨୦୧୩ ମସିହାରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ନିର୍ବାଚନ ଲଢିଥିଲୁ, ସେତେବେଳେ ଲୋକେ ଅନେକ ବିଜୁଳି ସମସ୍ୟା ଭୋଗ କରୁଥିଲେ ।
ପଞ୍ଜାବ ଭଳି, ସରକାରଙ୍କ ଶକ୍ତି କମ୍ପାନୀଗୁଡ଼ିକ ସହିତ ମିଲି ଭଗତ ଚାଲିଥିଲା । କେଜ୍ରିୱାଲ କହିଛନ୍ତି, ‘ଆଜି ଦିଲ୍ଲୀ ଅତି କମ୍ ହାରରେ ଦିନକୁ ୨୪ ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଉଛି । ଆହୁରି ଯଦି ଆମେ ଆଗକୁ ଜିତିବୁ ତାହେଲେ ଆମେ ଏହାକୁ ପଞ୍ଜାବରେ ମଧ୍ୟ କାର୍ଯ୍ୟକାରୀ କରିବୁ । ପଞ୍ଜାବରେ ଆପ ସରକାର ଗଢିଲେ ମଦ ଓ ବାଲି ମାଫିଆକୁ ରୋକାଯିବ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି ।ଦିଲ୍ଲୀ ଭଳି ରାଜ୍ୟରେ ଭଲ ସରକାରୀ ବିଦ୍ୟାଳୟ ଓ ଡାକ୍ତରଖାନା ବ୍ୟବସ୍ଥା କରାଯିବ । ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ବିଷୟରେ ମଧ୍ୟ ସେ କହିଥିଲେ । କେଜ୍ରିୱାଲଙ୍କ ଏହି ଅବସରରେ ୩ଟି ବଡ ପ୍ରତିଜ୍ଞା କରିଛନ୍ତି । ବିଦ୍ୟୁତ୍ ବିଲ୍ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ଛାଡ, ପୁରୁଣା ବିଦ୍ୟୁତ୍ ବିଲ୍ ଛାଡ, ୨୪ ଘଣ୍ଟା ମାଗଣା ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ । ତେବେ ସେ ଆହୁରି କହିଛନ୍ତି, ‘ପଞ୍ଜାବରେ ବିଦ୍ୟୁତ୍ ସବୁଠୁ ମହଙ୍ଗା । କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ୭୩ ପ୍ରତିଶତ ଲୋକ ମାଗଣା ବିଦ୍ୟୁତ ପାଇଛନ୍ତି । ଯଦି ଆପ ସରକାର ଗଠନ ହୁଏ ତେବେ ପଞ୍ଜାବର ୭୭ ରୁ ୮୦ ପ୍ରତିଶତ ଲୋକଙ୍କ ବିଲ୍ ଶୂନକୁ ଆସିବ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଞ୍ଜାବରେ ୨୪ ଘଣ୍ଟା ବିଦ୍ୟୁତ୍ ରହିବ କିନ୍ତୁ ବିଲ୍ ଆସିବ ନାହିଁ । ସେ କହିଛନ୍ତି ଯେ ପଞ୍ଜାବରେ ଦେଶର ସବୁଠାରୁ ମହଙ୍ଗା ବିଦ୍ୟୁତ୍ ଉପଲବ୍ଧ ।