ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା
![](https://thetruths.in/wp-content/uploads/2021/09/Murder-Suicide-1024x576.jpg)
ବ୍ରହ୍ମପୁର : ରକ୍ଷକ ସାଜିଲା ଭକ୍ଷକ । ନିଜ ୧୦ ମାସର ସନ୍ତାନକୁ ଗଳାକୁ ଚିପିବା ପରେ ସ୍ତ୍ରୀର ଗଳା କାଟି ହତ୍ୟା କଲା କଲା ପିଶାଚ ସ୍ୱାମୀ। ଏହାପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଚମାଖଣ୍ଡି ଥାନା କୋଟବଗଡ ଗାଁରେ । ମୃତକ ସ୍ୱାମୀ ଜଣକ ହେଲେ ସୁଜନ ପ୍ରଧାନ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ହେଲେ ଏହି ହତ୍ୟା ପଛର କାରଣ ଏଯାଏ ଜଣାପଡିନାହିଁ । ଯଦି ଦରକାର ପଡେ ତେବେ ସାଇଣ୍ଟିଫିକ ଟିମ ସହଯୋଗ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି
ସୂଚନା ଯେ, ଗଞ୍ଜାମ ଜିଲା ଚମାଖଣ୍ଡି ଥାନା କୋଟବଗଡଡ଼ ଗାଁରେ ଘଟିଛି ଅଭାବନୀୟ ଘଟଣା । ସୁଜନ ନିଜ ୧୦ ମାସର ସନ୍ତାନକୁ ପ୍ରଥମେ ଗଳା ଚିପିବା ପରେ ସ୍ତ୍ରୀର ଗଳା କାଟି ହତ୍ୟା କରିଛନ୍ତି । ଏହାପରେ ନିଜେ ବେକରେ ରସି ଲଗାଇ ସ୍ବାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ସହଯୋଗ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଏପରି ଅଘଟଣ ଘଟିଛି । ସେନେଇ କିଛି ବିଶେଷ ସୂଚନା ମିଳିନାହିଁ ।