ଦନ୍ତାକୁ ମାରି ଦାନ୍ତ କାଟିନେଲେ ଶିକାରୀ, ଘଟଣା ଚପାଇବାକୁ ବନବିଭାଗର ଉଦ୍ୟମ
![](https://thetruths.in/wp-content/uploads/2023/03/Nilagiri-Forest-Department-1024x546.jpg)
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ରାଜ୍ୟରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଗଜରାଜ । ଦୈନିକ କେଉଁଠୁ ନା କେଉଁଠୁ ହାତୀ ମୃତ୍ୟୁ ନେଇ ଖବର ସାମ୍ନାକୁ ଆସୁଛି । କେତେବେଳେ ଅସୁସ୍ଥତା କାରଣରୁ ତ କେତେବେଳେ ଶିକାରୀଙ୍କ ଦ୍ୱାରା ଯାଉଛି ହାତୀଙ୍କ ଜୀବନ । ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ଏକ ଦନ୍ତା ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଦନ୍ତାଟିକୁ ମାରି ଶିକାରୀମାନେ ଦାନ୍ତ ଲୁଟ୍ କରିନେଇଥିବା ଜଣାପଡ଼ିଛି । ଏପରିକି ଉକ୍ତ ଘଟଣାକୁ ଚପାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି ।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ହାତୀ ରହିଛନ୍ତି । ଗତ ଫେବୃଆରୀ ୨୭ରେ ଏକ ଛୁଆ ମାଈହାତୀର ମୃତ୍ୟୁ ଘଟିଥିବା ବେଳେ ଗତ ୧୪ମାସ ମଧ୍ୟରେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ୭ଟି ହାତୀର ମୃତ୍ୟୁ ହେଲାଣି । ଗୁରୁବାର କୁଲଡିହା ଅଭୟାରଣ୍ୟର କଳମାଚତୁରୀ ଠାରେ ଏକ ଦନ୍ତା ହାତୀାର ମୃତ୍ୟୁ ହୋଇଥିବା ଜଣାପଡ଼ି ଥିବାବେଳେ ଶିକାରୀମାନେ ଦନ୍ତାକୁ ମାରି ଦାନ୍ତ କାଟି ନେଇଥିବା ଜଣାପଡ଼ିଛି । ହାତୀର ମୃତ୍ୟୁ ଓ ଦାନ୍ତ କାଟି ଲୁଟ୍ ହେବା ଘଟଣା ବନବିଭାଗର ନିଦ ହଜାଇ ଦେଇଛି । ଉକ୍ତ ଘଟଣା ପ୍ରକୃତିପ୍ରେମୀଙ୍କ ଓ ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ସ୍ଥାନୀୟ ଲୋକେ ବନବିଭାଗର ଅପାରଗତାକୁ ପ୍ରଶ୍ନ କରିଛନ୍ତି । କିନ୍ତୁ କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା ସ୍ଥାନୀୟ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରିଥିବା ବେଳେ ଆମ୍ଭେ ମତାମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଫୋନ୍ ଉଠାଇ ନଥିଲେ । ଘଟଣା ଚପାଇବାକୁ ବନ ବିଭାଗ ଉଦ୍ୟମ କରୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଜଙ୍ଗଲ ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ କରାଇ ଦିଆଯାଉ ନାହିଁ । ଅଭୟାରଣ୍ୟ ଭିତରେ ଶିକାରୀଙ୍କ ଦ୍ୱାରା ଦନ୍ତାହାତୀକୁ ମାରି ଦାନ୍ତ କାଟି ନେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବନାଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ଗୋଟିଏ ପରେ ଗୋଟିଏ ୭ଟି ହାତୀର ମୃତ୍ୟୁକୁ ନେଇ ହାତୀ ସୁରକ୍ଷା ଦିଗରେ ବନବିଭାଗ କେତେ ତତ୍ପର ଅଛି ତାକୁ ନେଇ ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଦୁଃଖ ପ୍ରକାଶ କରିବା ସହ ବିଧାନସଭାରେ ପ୍ରଶ୍ନ ଉଠାଇବେ ପ୍ରକାଶ କରିଛନ୍ତି । ଏନେଇ ବାଲେଶ୍ୱର ଡିଏଫ୍ଓ ଖୁସୱନ୍ତ ସିଂହଙ୍କୁ ପଚାରିବାରୁ ସେ କହନ୍ତି, ଏନେଇ ଖବର ପାଇଛି । ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଉଛି ବୋଲି କହିଥିଲେ ।