କିସ୍ତୱାଡ଼ରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ
![](https://thetruths.in/wp-content/uploads/2021/12/Huge-Quantities-Explosive-1024x474.jpg)
କିସ୍ତୱାଡ଼ : କିସ୍ତୱାଡ଼ ଜିଲ୍ଲାର ଭଂଡ଼ାରକୁଟରେ ସୁରକ୍ଷାବଳ ମାନେ ଏକ ଗାଡ଼ିରୁ ବହୁତ ପରିମାଣରୁ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଗାଡ଼ି ଚାଳକକୁ ପଚରା ଉଚୁରା ଜାରି ରହିଛି । ଗାଡ଼ିକୁ ପୋଲିସ ଜବତ କରିଛି ।
ଗୁପ୍ତ ସୂତ୍ରରୁ ପୋଲିସ ସୂଚନା ପାଇଥିଲା ଯେ, ଏକ ଗାଡ଼ିରେ ବିସ୍ଫୋରକ ସାମଗ୍ରୀ ପଠାଯାଉଛି । ସୂଚନା ଆଧାରରେ ପୋଲିସ ଏବଂ ସେନା କର୍ମଚାରୀଙ୍କ ମିଳିତ ଦଳ ଭଣ୍ଡାରକୋଟରେ ରାସ୍ତା ଅବରୋଧ କରିଥିଲେ । ଏହି ସମୟରେ ଯାଉଥିବା ଯାନ ଗୁଡ଼ିକ ଯାଂଚ କରାଯାଉଥିଲା । ସୁରକ୍ଷାବାହୀନି ଖୋଜାଖୋଜି ପାଇଁ ଗାଡ଼ି ଅଟକାଇଥିଲା । ଏହି ଗାଡ଼ି କିସ୍ତୱାଡ଼ରୁ ପତିମହଲା ଯାଉଥିଲା । ଗାଡ଼ି ଭିତରୁ ଏକ ବ୍ୟାଗରେ ରଖାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା । ସାତଟି ଡିଟୋନେଟର ବ୍ୟତୀତ ଏଥିରେ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଉଦ୍ଦାର କରାଯାଇଥିଲା ।