ନବ ଦାସ ହତ୍ୟାକାଣ୍ଡକୁ ନେଇ କମ୍ପିଲା ଗୃହ, ପୁଣି ବିଧାନସଭା ମୁଲତବୀ
![](https://thetruths.in/wp-content/uploads/2021/12/Odisha-Assembly-1.jpg)
ଭୁବନେଶ୍ବର : ଆଜି ଠାରୁ ଆରମ୍ଭ ହେଲା ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ପୁଣି ବିଧାନସଭାରେ ଉଠିଲା ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ। ନବ ଦାସ ହତ୍ୟାକାଣ୍ଡକୁ ନେଇ କମ୍ପିଲା ଗୃହ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପୁଣି ବିରୋଧୀ ସଦସ୍ୟ ହଙ୍ଗାମା କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ହୋହଲ୍ଲା ଓ ନାରାବାଜି କରିଛନ୍ତି ବିରୋଧୀ ସଦସ୍ୟ । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କହିଛନ୍ତି । ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ବିକ୍ରମକେଶରୀ ଆରୁଖ ।
ପ୍ରଶ୍ନକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ଦାବି କରିଥିଲେ, ହେଲେ ସେଥିଲାଗି ବାଚସ୍ପତି ଅନୁମତି ଦେଇ ନ ଥିଲେ। ଏହାପରେ ଗୃହମଧ୍ୟକୁ ଆସି ସେମାନେ ନାରାବାଜି ସହ ହୋହଲ୍ଲା କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ବାଧ୍ୟ ହୋଇ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।