ଏସଓ ଚୟନ ପ୍ରକିୟା ବିବାଦ ମାମଲା, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ
![](https://thetruths.in/wp-content/uploads/2022/03/Odisha-Highcourt.jpg)
କଟକ : ଏଏସଓ ଚୟନ ପ୍ରକିୟା ବିବାଦ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ପୂର୍ବରୁ ଓପିଏସସି ଦ୍ଵାରା ପ୍ରକାଶିତ ମେରିଟ ଲିଷ୍ଟକୁ ଖାରଜ କରିଦେବା ସହ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ । ରାୟକୁ ଚ୍ୟାଲେଞ୍ଜ କରି ଦୁଇଟି ମାମଲା କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ। ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନ ଥିବାରୁ ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ଖୁବ୍ ଶୀଘ୍ର ହାଇକୋର୍ଟ ଏହି ମାମଲାରେ ରାୟ ଦେବେ ।