ରାୟପୁରରେ ହେଲିକପ୍ଟର ଦୁର୍ଘଟଣା, ୨ ମୃତ
ରାୟପୁର : ରାୟପୁର ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅବତରଣ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାହାଜରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ବଡ ଦୁର୍ଘଟଣା ପରେ ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇଛି। ଏହି ଦୁର୍ଘଟଣାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ ଦୁଖ ପ୍ରକାଶ କରିଛନ୍ତି।
ଏହି ଦୁର୍ଘଟଣାକୁ ରାୟପୁର ପୋଲିସ ନିଶ୍ଚିତ କରିଛି। ରାୟପୁର ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ କ୍ୟାପଟେନ ଗୋପାଳ କୃଷ୍ଣ ପଣ୍ଡା ଏବଂ କ୍ୟାପଟେନ ଏପି ଶ୍ରୀବାସ୍ତବଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୯:୧୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଟୁଇଟ୍ କରି ଦୁଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ରାୟପୁର ବିମାନବନ୍ଦରରେ ଷ୍ଟେଟ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମୁଁ ଦୁଖିତ । ଦୁଖ ସମୟରେ ଭଗବାନ ତାଙ୍କ ପରିବାର ସଦସ୍ୟଙ୍କୁ ଶକ୍ତି ପ୍ରଦାନ କରନ୍ତୁ।”