ହିମାଚଳ ପ୍ରଦେଶର ଛଅ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ, ପାହାଡ଼ରେ ପଡ଼ିବ ବରଫ
ଶିମଲା : ହିମାଚଳ ପ୍ରଦେଶରେ ପାଗର ଗତିବିଧି ବଦଳୁଛି । ରାଜ୍ୟର ଅଧିକାଂଶ ଜାଗାରେ ରବିବାର ଦିନ ବାଦଲ ଏବଂ ଖରାର ଲୁଚାଲୁଚି ମଧ୍ୟରେ ଉଷ୍ମ ଏବଂ ଭୀଷଣ ଗରମ ଲାଗି ରହିଛି । ତେବେ ଆସନ୍ତା ଚାରିଦିନ ବାଦଲର ବର୍ଷିବାରୁ ଗରମରୁ ମୁକ୍ତି ମିଳିବାର ଆଶା ଅଛି ।ପାଣିପାଗ ବିଭାଗ ନିଜ ପୂର୍ବାନୁମାନରେ ୧୮,୧୯ ଏବଂ ୨୦ ଅପ୍ରେଲକୁ ଛଅ ଜିଲ୍ଲାରେ ଭୀଷଣ ବର୍ଷାର ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ବିଳାସପୁର, ମଣ୍ଡି, ଚମ୍ବା, ଶିମଲା, କାଙ୍ଗଡ଼ା ଏବଂ କୁଲ୍ଲୁ ଜିଲ୍ଲାରେ ୧୯ ଅପ୍ରେଲକୁ ଭୀଷଣ ବର୍ଷାର ଅରେଞ୍ଜ ଆଲଟ ବେଳେ ଏହି ଜିଲ୍ଲାରେ ୧୮ ଏବଂ ୨୦ ଅପ୍ରେଲକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ଲାହୌଲ-ସ୍ପିତି ଏବଂ କିନ୍ନୌର ସହିତ ପାହାଡ଼ି ଅଂଚଳରେ ବରଫ ପଡ଼ିବାର ଆଶଙ୍କା ଅଛି ।