ଆଜି ଘନ କୁହୁଡ଼ି, ୯ ଓ ୧୦ରେ ବର୍ଷା
![](https://thetruths.in/wp-content/uploads/2022/02/Mercury-will-Fall.jpg)
ଭୁବନେଶ୍ୱର : ଆସନ୍ତା ୯ ତାରିଖରୁ ଦୁଇଦିନ ପର୍ଯ୍ୟନ୍ତ ଓଡିଶା ଉପରେ ପଶ୍ଚିମା ଝଡର଼ ପ୍ରଭାବ ରହିବ । ଏହାର ପ୍ରଭାବରେ ଆଗାମୀ ୯ ଓ ୧୦ ତାରିଖରେ ଓଡ଼ିଶାର କେତେକ ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଏହା ବ୍ୟତୀତ ୯ ତାରିଖରେ କେତେକ ଜିଲାରେ ଘନ କୁହୁଡି ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୮ ତାରିଖରେ ରାଜ୍ୟରେ ପାଗ ଶୁଖିଲା ରହିବ । ୯ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୋଳ, ଢ଼େଙ୍କାନାଳ ଓ କନ୍ଧମାଳ ଜିଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସେହିପରି ସେମିତି ୧୦ ତାରିଖରେ ସୋନପୁର, ବରଗଡ଼, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଢ଼େଙ୍କାନାଳ, ଅନୁଗୋଳ, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ୧୧ ତାରିଖରେ ପାଗ ଶୁଖିଲା ରହିବ ।