ସଫଳ ଚାଷୀ ହେବାକୁ ଚାହୁଁଥିଲେ…
ଭଲ ଚାଷୀ ହେବାକୁ ହେଲେ ବେଳ ହୁଁ ସାବଧାନ ରହିବା ଉଚିତ । ଏଥିପାଇଁ ନିଜ ଗ୍ରାମର କୃଷି କର୍ମଚାରୀ, ବ୍ଲକ୍ରେ ଥିବା କୃଷିବିଭାଗ ଓ ମତ୍ସ୍ୟ ବିଭାଗ ଅଧିକାରୀଙ୍କ ସହ ସମ୍ପର୍କ ରଖନ୍ତୁ । ପ୍ରତିବର୍ଷ ବୈଶାଖ ମାସରେ ଆପଣ ଆସନ୍ତା ବର୍ଷ ପାଇଁ କି ପ୍ରକାର ଚାଷବାସ, ପଶୁପାଳନ, ମାଛଚାଷ ବା କୃଷି ସମ୍ପର୍କୀୟ କାମ କରିବେ, ସେ ଦିଗରେ ଯୋଜନା ପ୍ରସ୍ତୁତ କରନ୍ତୁ । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ସହ ପରାମର୍ଶ କରନ୍ତୁ ।
ଆପଣ ଆବଶ୍ୟକ କରୁଥିବା ବିହନ, ସାର, ଔଷଧ ଓ ଯନ୍ତ୍ରପାତି ପାଇବା ପାଇଁ ଆଗତୁରା ବ୍ୟବସ୍ଥା କରନ୍ତୁ ।
ଉନ୍ନତ ବିହନ କିସମ, ଉନ୍ନତ ସାର ପ୍ରୟୋଗ କୌଶଳ ବା ନୂତନ ଔଷଧ ପ୍ରଭୃତି ସମ୍ପର୍କରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କଠାରୁ ତଥ୍ୟ ସଂଗ୍ରହ କରନ୍ତୁ ।
ଆପଣ ଯଦି ଋଣ ଆବଶ୍ୟକ କରୁଥିବେ ତେବେ ସମବାୟ ଅନୁଷ୍ଠାନ ବା ଆପଣଙ୍କ ନିକଟସ୍ଥ ବ୍ୟାଙ୍କ ମ୍ୟାନେଜମେଣ୍ଟଙ୍କ ସହ ପରାମର୍ଶ କରି ଆବଶ୍ୟକୀୟ କାଗଜପତ୍ର ପୂରଣ କରନ୍ତୁ । ମନେ ରଖନ୍ତୁ ଋଣ ନେବା ସମୟରେ ଆପଣ ଯେମିତି ଫସଲବୀମା କରିବାକୁ ଭୁଲି ନଯାଆନ୍ତି । ବ୍ୟାଙ୍କ ମ୍ୟାନେଜରଙ୍କଠାରୁ କୃଷିବୀମା ବିଷୟରେ ସମସ୍ତ ତଥ୍ୟ ପାରିପାରିବେ ।
ମାଟିର ଉର୍ବରତା ରକ୍ଷା କରିବାପାଇଁ ପ୍ରଚୁର ପରିମାଣର ଖତ ଆବଶ୍ୟକ । ତେଣୁ ଯଥେଷ୍ଟ ପରିମାଣର ଖତ ସଂଗ୍ରହ କରନ୍ତୁ ବା କମ୍ପୋଷ୍ଟ ପ୍ରସ୍ତୁତ କରନ୍ତୁ ।
ସବୁ ସମୟରେ ଉନ୍ନତ ପ୍ରଣାଳୀରେ ଓ ଠିକ୍ ସମୟରେ ଚାଷ କରନ୍ତୁ ।
ନିଜର ସୁବିଧା ଅନୁସାରେ ଚାଷ ସହ ଗୋପାଳନ, କୁକୁଡ଼ା ପାଳନ, ମାଛଚାଷ ପ୍ରଭୃତି ଗୋଟିଏ ବା ଦୁଇଟି ଧନ୍ଦା କରନ୍ତୁ । ଏହାଦ୍ୱାରା ଆପଣଙ୍କ ଆୟ ନିଶ୍ଚୟ ବୃଦ୍ଧି ପାଇବ ।