ଯୌନ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ, ପଦ ଛାଡ଼ିଲେ ହରିୟାଣା କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂ
![](https://thetruths.in/wp-content/uploads/2023/01/Haryana-Sports-Minister-Sandeep-Singh-1024x576.jpg)
Chandigarh: Haryana Minister of State for Sports and Youth Affairs Sandeep Singh addresses a press conference regarding 'Khelo India-2021', in Chandigarh, Thursday, July 30, 2020. (PTI Photo)(PTI30-07-2020_000114B)
ନୂଆଦିଲ୍ଲୀ : ଅଡୁଆରେ ହରିୟାଣା କ୍ରୀଡ଼ା ମନ୍ତ୍ରୀ ତଥା ଭାରତର ପୂର୍ବତନ ହକି ଖେଳାଳି ସନ୍ଦୀପ ସିଂ । ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଜଣେ ଜୁନିଅର ମହିଳା ଆଥଲେଟିକ୍ସ କୋଚଙ୍କ ଅଭିଯୋଗ କ୍ରମେ ଚଣ୍ଡିଗଡ଼ ପୋଲିସ ସନ୍ଦୀପ ସିଂଙ୍କ ବିରୋଧରେ ମାମଲା ରୁଜୁ କରିଛି । ତେବେ ମନ୍ତ୍ରୀ ସନ୍ଦୀପ ସିଂ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି । ସେ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। କିନ୍ତୁ ମାମଲା ରୁଜୁ ହେବା ପରେ ସେ କ୍ରୀଡ଼ା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।
ମହିଳା ଆଥଲେଟିକ୍ସ କୋଚ୍ କହିଛନ୍ତି ଯେ ସନ୍ଦୀପ ସିଂ ତାଙ୍କୁ ପ୍ରଥମେ ଏକ ଜିମରେ ଦେଖିଥିଲେ ଏବଂ ପରେ ଇନଷ୍ଟାଗ୍ରାମରେ ତାଙ୍କ ସହ ଯୋଗାଯୋଗ କରିଥିଲେ। ପରେ ମନ୍ତ୍ରୀ ତାଙ୍କୁ ଭେଟିବାକୁ ଜିଦ୍ ଧରିଥିଲେ। ମହିଳା କୋଚ୍ ଜଣକ କହିଛନ୍ତି ଯେ ସନ୍ଦୀପ ସିଂ ମୋତେ ଇନଷ୍ଟାଗ୍ରାମରେ ମେସେଜ କରି କରିଥିଲେ ଯେ ମୋର ଜାତୀୟ କ୍ରୀଡ଼ା ପ୍ରମାଣପତ୍ର ବିଚାରାଧୀନ ଅଛି । ସେ ଏ ବାବଦରେ ମୋ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ମହିଳା ଜଣକ କହିଛନ୍ତି ଯେ ଏହା ଉପରେ ସେ ସବୁ ଦସ୍ତାବିଜ ସହିତ ତାଙ୍କ ବାସଭବନ ତଥା କ୍ୟାମ୍ପ ଅଫିସକୁ ଯାଇ ତାଙ୍କ ସହିତ ସାକ୍ଷାତ କରିଥିଲେ। ତେବେ ସେଠାରେ ମନ୍ତ୍ରୀ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ମଧ୍ୟ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସନ୍ଦୀପ ସିଂ ମଧ୍ୟ ଜଣେ ପେସାଦାର ଫିଲ୍ଡ ହକି ଖେଳାଳି। ସେ ଭାରତୀୟ ଜାତୀୟ ହକି ଦଳର ପୂର୍ବତନ ଅଧିନାୟକ ଥିଲେ। ସନ୍ଦୀପ ସିଂ କୁରୁକ୍ଷେତ୍ରର ପିହୋବାରୁ ବିଜେପି ବିଧାୟକ ଅଛନ୍ତି । ସନ୍ଦୀପ ସିଂଙ୍କ ଉପରେ ଆଧାରିତ ଏକ ବାୟୋପିକ୍ ମଧ୍ୟ ୨୦୧୮ରେ ମୁକ୍ତିଲାଭ କରିଥିଲା। ଯାହାର ଟାଇଟଲ୍ ଥିଲା ‘ସୁରମା’ । ଏଥିରେ ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ତାଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ରିଅଲିଟି ଟିଭି ସୋ ‘ଏମଟିଭି ରୋଡିଜ୍’ରେ ମଧ୍ୟ ବିଚାରକ ଥିଲେ।