ଜେନାପଦା ମଝିସାହିରେ ଗୁଳିମାଡ଼, ୩ ଗୁରୁତର
![](https://thetruths.in/wp-content/uploads/2022/03/Gun-Fire-1024x560.jpg)
ଆଠଗଡ଼ : କଟକ ଜିଲା ଆଠଗଡ ଥାନା ଜେନାପଦା ମଝିସାହିରେ ଗୁଳିମାଡ଼ । ଗୁଳିମାଡ଼ରେ ବାପପୁଅ ଓ ଜଣେ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଅପରପକ୍ଷେ ଗୁଳି ମାଡ଼ କରିଥିବା ବ୍ୟକ୍ତି ଫେରାର ହୋଇଯାଇଛି। କିଏ ଓ କ’ଣ ପାଇଁ ଗୁଳିମାଡ଼ କରିଛି କାରଣ ଅସ୍ପଷ୍ଟ ରହିଛି।
ସୂଚନା ଯେ, ଜେନାପଦା ମଝିସାହି ଗୁଳିମାଡ଼ରେ ୩ଜଣ ଗୁରୁତର ହୋଇଛନ୍ତି ଏବଂ ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କ ପେଟ ଓ ହାତରେ ଗୁରୁତର କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ସମସ୍ତଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ମାନେ ହେଲେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ ଓ ଦୀନବନ୍ଧୁ ନାୟକ। ଖବର ପାଇ ଆଠଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଗୁଳି ମାଡ଼ କରିଥିବା ବ୍ୟକ୍ତି ଫେରାର ହୋଇଯାଇଥିବାରୁ ତାଙ୍କୁ ଧରିବାକୁ ପୁଲିସ ପ୍ରୟାସ ଚଳାଇଛି। ତେବେ ଗୁଳିମାଡ଼ ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ହେଁ ଏହା ପଛରେ ପ୍ରେମଜନିତ କାରଣ ରହିଛି ବୋଲି ଚର୍ଚ୍ଚା ହେଉଛି। ଏନେଇ ଗୁଳିମାଡ଼ରେ ଆହତ ହୋଇଥିବା ସମ୍ପର୍କିୟ କିମ୍ବା ପୁଲିସର ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।