ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର: ବଢ଼ିଯାଇଛି ପେନସନ ରାଶି, ପ୍ରତି ମାସରେ ମିଳିବ ଅତିରିକ୍ତ ୨୩,୩୦୦ ଟଙ୍କା!
![](https://thetruths.in/wp-content/uploads/2023/03/DA-Hike.jpg)
ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି । ଯଦି ଆପଣ ମଧ୍ୟ ପେନସନ ବୃଦ୍ଧିକୁ ଅପେକ୍ଷା କରୁଛନ୍ତି, ତେବେ ରାଜ୍ୟ ସରକାର ଏକ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମଧ୍ୟ ସମୟ ସମୟରେ ପେନସନ୍ ବୃଦ୍ଧି କରନ୍ତି । ବର୍ତ୍ତମାନ କର୍ମଚାରୀଙ୍କ ପେନସନ୍ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବିଧେୟକ ଜାରି କରି ବର୍ଦ୍ଧିତ ପେନସନ କୁ ନେଇ ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟ ସରକାର ମଧ୍ୟ ଟ୍ରାଭେଲ ଅଲାଉନ୍ସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଆମେ ଆପଣଙ୍କୁ କହି ରଖୁଛୁ ଯେ, ଛତିଶଗଡ଼ ସରକାର ବିଧାନସଭାରେ ଏକ ସଂଶୋଧନ ବିଲ୍ ପାରିତ କରିଛନ୍ତି । ଯେଉଁଥିରେ ପେନସନ ଓ ଟ୍ରାଭେଲ ଅଲାଉନ୍ସ ବୃଦ୍ଧି କରାଯାଉଛି ବୋଲି କୁହାଯାଇଛି । ଏହି ବିଲ୍ ଅନୁଯାୟୀ ପୂର୍ବତନ ବିଧାୟକଙ୍କ ପେନସନ ୩୫,୦୦୦ରୁ ୫୮,୩୦୦ ଟଙ୍କାକୁ ବୃଦ୍ଧି କରାଯିବ । ଏହି ବିଲ୍ ଅନୁଯାୟୀ, ପୂର୍ବତନ ବିଧାୟକ ମଧ୍ୟ ସଦସ୍ୟତାର ପ୍ରଥମ କାର୍ଯ୍ୟକାଳ (ପାଞ୍ଚ ବର୍ଷରୁ ଅଧିକ କାର୍ଯ୍ୟକାଳ) ପରେ ପ୍ରତି ବର୍ଷ ପାଇଁ ମାସକୁ ଏକ ହଜାର ଟଙ୍କା ଅତିରିକ୍ତ ପେନସନ ପାଇବାକୁ ହକଦାର ହେବେ ।
ଏହା ସହିତ ବିଲରୁ ସୂଚନା ମିଳିଛି ଯେ ବର୍ତ୍ତମାନ ସମୟରେ ରେଲୱେ ବା ବିମାନ ଯାତ୍ରା ପାଇଁ ଏହି ଭତ୍ତା ବାର୍ଷିକ ୮ ଲକ୍ଷ ଟଙ୍କା ମିଳିଥାଏ । ଏଥି ସହିତ ବର୍ତ୍ତମାନ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ପୂର୍ବତନ ବିଧାୟକଙ୍କ ପାଇଁ ଏହି ଭତ୍ତା ବାର୍ଷିକ ୪ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପାଇଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବତନ ବିଧାୟକମାନେ ୧୦,୦୦୦ ଟଙ୍କା ଟେଲିଫୋନ୍ ଭତ୍ତା ପାଇବେ ଓ Orderly Allowance ମଧ୍ୟ ୧୫,୦୦୦ ଟଙ୍କା ହେବ । ରାଜ୍ୟ ନେଇଥିବା ଏହି ନିଷ୍ପତ୍ତି ପରେ ସରକାରଙ୍କୁ ୧୬.୯୬ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ ।
ଗତ ବର୍ଷ ଜୁଲାଇରେ ବିଧାନସଭା ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଏକ ବିଲ୍ ପାରିତ କରି ବାର୍ଷିକ ୬.୮୧ କୋଟି ଟଙ୍କା ଭାର ବହନ କରିଥିଲା । ଛତିଶଗଡ ବିଧାନସଭାରେ ୯୦ ଜଣ ସଦସ୍ୟ ଅଛନ୍ତି ।