ନୂଆ ଶିକ୍ଷା ନୀତିରେ ଶିକ୍ଷା ଓ କୌଶଳ ବିକାଶ ଉପରେ ସରକାରଙ୍କର ସମାନ ଗୁରୁତ୍ୱ – ପ୍ରଧାନମନ୍ତ୍ରୀ
![](https://thetruths.in/wp-content/uploads/2023/01/PM-Narendra-Modi-1-1024x576.jpg)
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସରକାର ଭବିଷ୍ୟୋନ୍ମୁଖୀ ନିଷ୍ପତି ନେଇ ଯୁବ ବର୍ଗଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ଦକ୍ଷତା ବିକାଶ କରାଉଛନ୍ତି । ନୂଆ ଶିକ୍ଷା ନୀତିରେ ଶିକ୍ଷା ଓ ଦକ୍ଷତା ବିକାଶ ନେଇ ସମାନ ଗୁରୁତ୍ୱ ଦିଆଯାଉଛି । ଯୁବ ଶକ୍ତିର ବ୍ୟବହାର- ଦକ୍ଷତା ଓ ଶିକ୍ଷା ବିଷୟ ଉପରେ ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଯେ ବର୍ତମାନ ବଜେଟରେ ଶିକ୍ଷା କ୍ଷେତ୍ରର ଭିତିଭୂମିକୁ ଶକ୍ତିଶାଳୀ କରିବାର କାମ କରାଯାଉଛି । ଏବେ ଏହାକୁ ଅଧିକ ବ୍ୟବହାରିକ ଓ ଶିଳ୍ପ ଅନୁକୂଳ କରାଯାଉଛି । ନୂଆ ଶିକ୍ଷା ନୀତିରେ ଶିକ୍ଷା ଓ କୌଶଳ ଉପରେ ସମାନ ଗୁରୁତ୍ୱ ରହିଛି । ସେ କହିଛନ୍ତି ଯେ ଭର୍ଚୁଆଲ ଲାବ ଓ ରାଷ୍ଟ୍ରୀୟ ଡିଜିଟାଲ ଲାଇବ୍ରେରୀ ସମ୍ପୂର୍ଣ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣିବ । ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରେଣୀଗୃହ ବାହାରର ଅନୁଭୁତି ପ୍ରାପ୍ତ ହେଉ, ଏଥିପାଇଁ ଇଣ୍ଟର୍ନସିପ ଓ ପ୍ରଶିକ୍ଷଣ ଉପଲବ୍ଗ କରାଯାଉଛି । ରାଷ୍ଟ୍ରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୫୦ ଲକ୍ଷ ଯୁବକଙ୍କୁ ବୃତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।