ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ପୁଣି ବଢ଼ିବି ମହଙ୍ଗା ଭତ୍ତା
![](https://thetruths.in/wp-content/uploads/2022/02/Expensive-Allowances-will-Increase.jpg)
ନୂଆଦିଲ୍ଲୀ : ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ପୁଣି ବଢ଼ିପାରେ ମହଙ୍ଗା ଭତ୍ତା । ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଛି ।
ସୂଚନା ମୁତାବକ ମାର୍ଚ୍ଚ ମାସରେ କର୍ମଚାରୀଙ୍କ ୩% ମହଙ୍ଗା ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର । ତାହା ସହ ବକେୟା ଅର୍ଥ ମଧ୍ୟ ସରକାର କର୍ମଚାରୀଙ୍କୁ ଦେଇପାରନ୍ତି । ଏହି ୩% ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ କରାଯିବ । ଅର୍ଥାତ୍ ଜାନୁଆରୀ ପହିଲାରୁ କର୍ମଚାରୀଙ୍କୁ ୩୪ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ କର୍ମଚାରୀ ମାନେ ଉପକୃତ ହେବେ । ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ଏହା ପ୍ରଦାନ କରୁଥିବା ଜଣାପଡ଼ିଛି ।