କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର ! ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ସହମତି, ବଢ଼ିବ ଦରମା
ନୂଆଦିଲ୍ଲୀ : କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର ରହିଛି । ମୋଦି ସରକାର ଆଗାମୀ ମହଙ୍ଗା ଭତ୍ତା ସହିତ ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧିକୁ ନେଇ ମଧ୍ୟ ବିଚାର କରିପାରିନ୍ତି । ଯାହା ଦ୍ୱାରା କର୍ମଚାରୀଙ୍କ ସର୍ବନିମ୍ନ ବେସିକ ବେତନରେ ବୃଦ୍ଧି ଘଟିବ। ଏଥିପାଇଁ ଡ୍ରାଫ୍ଟ ତିଆରି କରାଯିବ, ଯାହାକୁ ସରକାରଙ୍କୁ ସେୟାର କରାଯିବ ।
ବର୍ତ୍ତମାନ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭ ପ୍ରତିଶତ ଓ କର୍ମଚାରୀମାନେ ଏହାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ଯାହା ଦ୍ୱାରା ସର୍ବନିମ୍ନ ବେତନ ୮୦୦୦ ବୃଦ୍ଧି ହୋଇପାରିବ ।
ଜୀ ବିଜନେସ୍ ଅନୁଯାୟୀ, ଡ୍ରାଫ୍ଟ ଦାଖଲ ପରେ ଜୁଲାଇ ଶେଷ ସୁଦ୍ଧା ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇପାରେ । ୟୁନିଅନ୍ ଏହି ନୂତନ ଅପଡେଟ୍ ଦେଇଛି । ଯଦି ଏହା ଉପରେ ସହମତ ହୁଏ, ତେବେ ଫିଟମେଣ୍ଟ ଫ୍ୟାକ୍ଟର୍ ଅଧୀନରେ ୫୨ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀଙ୍କ ବେସିକ ଦରମା ବୃଦ୍ଧି କରାଯାଇପାରେ । ଯଦି ଏପରି ହୁଏ ତେବେ ବେସିକ ଦରମା ୧୮୦୦ରୁ ୨୬୦୦କୁ ବୃଦ୍ଧି ପାଇବ । ୫୨ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ । ଯଦିଓ ପୂର୍ବରୁ ଖବର ଆସୁଥିଲା ଯେ, ସରକାରୀ କୋଷ ଉପରେ ଭାର ବଢ଼ିବା କାରଣରୁ ମୋଦି ସରକାର ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବଢ଼ାଇବା ମୁଡରେ ନାହାଁନ୍ତି । କିନ୍ତୁ ବର୍ତ୍ତମାନ ଏହା ମଧ୍ୟ କୁହାଯାଉଛି କି ଏହା ଉପରେ ଶୀଘ୍ର ବିଚାର କରାଯାଇପାରେ । ତେବେ ଏପର୍ଯ୍ୟନ୍ତ ଏ ବାବଦରେ ସରକାର କୌଣସି ଆଧିକାରୀକ ବୟାନ କିମ୍ବା ପୃଷ୍ଟି କରିନାହାଁନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁନ ୨୦୧୭ରେ ୩୪ଟି ସଂଶୋଧନ ସହିତ ସପ୍ତମ ବେତନ ଆୟୋଗର ସୁପାରିଶ ଅନୁମୋଦନ ପରେ ଏଣ୍ଟ୍ରି ସ୍ତରର ବେସିକ ଦରମା ମାସକୁ ୭,୦୦୦ରୁ ବୃଦ୍ଧି କରି ୧୮,୦୦୦ ଟଙ୍କା କରାଯାଇଥିଲାବେଳେ ସର୍ବୋଚ୍ଚ ସ୍ତରର ଅର୍ଥାତ୍ ସଚିବଙ୍କୁ ୯୦,୦୦୦ରୁ ବୃଦ୍ଧି କରି ୨.୫ ଲକ୍ଷ ଟଙ୍କା କରାଯାଇଥିଲା । କୁହାଯାଉଛି ଯେ, ସରକାର କର୍ମଚାରୀଙ୍କ ଦରମାକୁ ୧୦ ବର୍ଷରେ ଥରେ ନୁହେଁ ବରଂ ସମୟ ସମୟରେ ସଂଶୋଧନ କରିବା ଉଚିତ । ସପ୍ତମ ବେତନ ଆୟୋଗରେ ଯେଉଁ ପେ ମ୍ୟାଟ୍ରିକ୍ସ ତିଆରି କରାଯାଇଛି, ତାହା ଫିଟମେଣ୍ଟ ଫ୍ୟାକ୍ଟର ଉପରେ ଆଧାରିତ ।
କର୍ମଚାରୀଙ୍କ ବେସିକ ବେତନ ସପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ରେ ଗୁଣନ କରି ଗଣନା କରାଯାଏ । ଉଦାହରଣ ସ୍ୱରୂପ, Current Entry Pay ୭୦୦୦ ଟଙ୍କା । ଯଦି ପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ଲାଗିବା ପରେ Entry Pay ୭,୦୦୦ X ୨.୫୭= ୧୮୦୦୦ ଟଙ୍କା ହେବ । ଯଦି ଏହାକୁ ୩କୁ ବୃଦ୍ଧି କରାଯାଏ ତେବେ ବେସିକ ଦରମା ୨୧୦୦୦ ଟଙ୍କା ହେବ । ଉଦାହରଣ ସ୍ୱରୂପ, Current Entry Pay ୭୦୦୦ ଟଙ୍କା । ଯଦି ପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ଲାଗିବା ପରେ Entry Pay ୭,୦୦୦ X ୩= ୨୧,୦୦୦ ଟଙ୍କା ହେବ ।
ଆପଣଙ୍କୁ କହିରଖୁଛୁ ଯେ, କର୍ମଚାରୀଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ମନେ କରାଯାଏ । ଏଥିରୁ ମୌଳିକ ବେତନ ବା ବେସିକ ସାଲେରୀ ସ୍ଥିର କରାଯାଇଥାଏ ଓ ଭତ୍ତା ମଧ୍ୟ ସ୍ୱୟଂଚାଳିତ ଭାବରେ ବଢ଼ିଥାଏ । ୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା ଓ ସର୍ବନିମ୍ନ ବେସିକ ବେତନ ୬,୦୦୦ରୁ ୧୮,୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା ।