ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଖୁସିଖବର! ୫୦୦ ବଦଳରେ ମିଳିବ ୭୫୦ଟଙ୍କା
ଭୁବନେଶ୍ୱର : ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଓ ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଖୁସିଖବର । ରାଜ୍ୟ ସରକାର ସର୍ବନିମ୍ନ ଭତ୍ତା ପରିମାଣକୁ ୫୦୦ରୁ ୭୫୦ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ଏନେଇ ବଜେଟ୍ ବ୍ୟୟବରାଦ ହେବ ଓ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବର୍ଦ୍ଧିତ ମାସିକ ଭତ୍ତା ହିତାଧିକାରୀମାନଙ୍କୁ ମିଳିବ ବୋଲି ଜଣାପଡ଼ିଛି । ଏହାଦ୍ୱାରା ମାସିକ ଭତ୍ତା ପାଉଥିବା ପ୍ରାୟ ୪୮ଲକ୍ଷ ବୃଦ୍ଧବୃଦ୍ଧା, ବିଧବା,ଦିବ୍ୟାଙ୍ଗ, କିନ୍ନର, ଅନାଥ ଶିଶୁ, ଅବିବାହିତ ଝିଅ ଉପକୃତ ହେବେ ।