ବାଲେଶ୍ୱରରେ ‘ଗିଫ୍ଟ ଏ ପ୍ଲାଣ୍ଟ’ ଏବଂ ‘ପ୍ଲାଣ୍ଟ ଏ ଟ୍ରି ଚାଲେଞ୍ଜ’ କାର୍ଯ୍ୟକ୍ରମ
![](https://thetruths.in/wp-content/uploads/2023/08/IMG-20230801-WA0345-1024x416.jpg)
ବାଲେଶ୍ୱର : ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନ ସମ୍ମୁଖରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ତରଫରୁ ‘ଗିଫ୍ଟ ଏ ପ୍ଲାଣ୍ଟ’ ଏବଂ ‘ପ୍ଲାଣ୍ଟ ଏ ଟ୍ରି ଚାଲେଞ୍ଜ’ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି । ମୁଖ୍ୟଅତିଥି ଭାବେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ ପ୍ରଥମେ ଗଛ ଲଗାଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପାଖି ୨୦୦-୩୦୦ ଲୋକଙ୍କୁ ଫଳ ଗଛର ଚାରା ସହିତ ଜୁସ୍ ବଣ୍ଟନ କରାଯାଇଥିଲା ।
କାର୍ଯ୍ୟକ୍ରମ ମାଧ୍ୟମରେ ଆହ୍ୱାନ ଦିଆଯାଇଥିଲା କି, ପ୍ରତ୍ୟେକ ବ୍ୟକ୍ତି ପାଇଥିବା ଗୋଟିଏ ଗଛକୁ ନେଇ ନିଜ ଘରେ ଲଗେଇବେ ଏବଂ ତାର ଗୋଟେ ଫଟୋ/ଭିଡ଼ିଓକୁ ସୋସିଆଲ ମେଡ଼ିଆରେ ପୋଷ୍ଟ କରି ଉଡ୍ରର ସୋସିଆଲ ମେଡ଼ିଆ ପେଜକୁ ଟ୍ୟାଗ କରିବା ସହ ତାଙ୍କର ୩ ଜଣ ସାଙ୍ଗକୁ ଚାଲେଞ୍ଜ ଦେବେ କି, ସେମାନେ ମଧ୍ୟ ଏହି ଗଛ ଲଗେଇବା ଚାଲେଞ୍ଜକୁ ଗ୍ରହଣ କରି ଗୋଟିଏ ଗଛ ଲଗାନ୍ତୁ ଏବଂ ସେମାନେ ପୁଣି ତାଙ୍କର ଆଉ ୩ ଜଣ ସାଙ୍ଗଙ୍କୁ ଚାଲେଞ୍ଜ ଦେବେ ଗଛ ଲଗେଇବା ପାଇଁ । ଏହା କେବଳ ବାଲେଶ୍ୱର ନୁହଁ, ସାରା ଓଡ଼ିଶାରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏମିତି ପଦକ୍ଷେପ ନିଆଯାଇଛି । ବିଧାୟକ ଶ୍ରୀ ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏପରି କାର୍ଯ୍ୟକ୍ରମ ଆଗକୁ କରିବା ପାଇଁ ଯୁବ ବର୍ଗଙ୍କୁ ଉତ୍ସାହିତ କରିଥିଲେ । ବିଜେଡି ମିଡିଆ ସଂଯୋଜକ ଧିରେନ ନାୟକ, ପୂର୍ବତନ ଉପ-ନଗରପାଳ ମନୋଜ ରାଉତ, କାଉନସିଲର ସେକ ଆୟୁବ, କାର୍ତ୍ତିକ ସାହୁ, ସଦର ବ୍ଲକ ବିଜେଡି ଯୁବ ସଭାପତି ଦିଲ୍ଲୀପ ମହାନ୍ତି ଉପସ୍ଥିତ ରହିଥିବା ବେଳେ ଚାରିଟେବୁଲ ଟ୍ରଷ୍ଟର ବାଲେଶ୍ୱର ସଂଯୋଜକ ଭବାନୀ ଶଙ୍କର ଜେନାଙ୍କ ନେତୃତ୍ୱରେ ସୁନୀଲ କୁମାର ସ୍ୱାଇଁ, ଅର୍ଦ୍ଧେନ୍ଧୁ ଶେଖର ଜେନା, ଦେବଦତ୍ତ ନାୟକ, ପ୍ରକାଶ ଜେନା, ସତଦଳ ଗିରି, ଜ୍ୟୋତି ପ୍ରକାଶ ସାହୁ, ପ୍ରତିମା ବୁଡ଼, ଆଦ୍ୟାଶା ନାୟକ, ଅନିତା ବାରିକ, ବିକାଶ ସାହା, ଅମିତ ପ୍ରଧାନ, ନିଗମାନନ୍ଦ ପଣ୍ଡା, ଆଲୋକ ମହାରଣା, ମନୋଜ କୁମାର ପ୍ରଧାନ, ଏସ୍ ବୀର ବିକ୍ରମ, ଚିରଞ୍ଜିବ ଦାସ, ସ୍ୱାତିକା ପାଢ଼ୀ, ଅମ୍ରିତା ସାହୁ, ଆଶୁତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।