ସାମ୍ବାଦିକା ଶତରୂପାଙ୍କୁ ଜେଣ୍ଡର ସେନ୍ସିଟିଭିଟି ପୁରସ୍କାର
![](https://thetruths.in/wp-content/uploads/2022/11/Journalist-Satarupa-Samantray.jpg)
ସଇଁନ୍ତଲା : ବଲାଙ୍ଗିର ଜିଲା ସଇଁନ୍ତଲା ବ୍ଲକର ଝିଅ ତଥା ସାମ୍ବାଦିକା ଶତରୂପା ସାମନ୍ତରାୟଙ୍କୁ ୨୦୨୨ ମସିହା ପାଇଁ ସମ୍ମାନଜନକ ଲାଡଲି ମିଡିଆ ଆଣ୍ଡ ଆଡଭରଟାଇଜିଂ ଆୱାର୍ଡ ଫର ଜେଣ୍ଡର ସେନ୍ସିଟିଭିଟି ପୁରସ୍କାର ମିଳିଛି। ହାଇଦ୍ରାବାଦର ମୌଲାନା ଅବଦୁଲ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟରେ ପପୁଲେସନ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ତରଫରୁ ଏହି ପୁରସ୍କାର ଦେବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଣମାଧ୍ୟମରେ ସାମାଜିକ ଲିଙ୍ଗ ଏବଂ ସମାନତା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନମାନଙ୍କୁ ଏହି ବାର୍ଷିକ ପୁରସ୍କାରରେ ସମ୍ମାନିତ କରାଯାଇଥାଏ । ଚଳିତ ବର୍ଷ ୧୩ଟି ଭାଷାରେ ୯୯୩ଟି ଏଣ୍ଟ୍ରି ମଧ୍ୟରୁ ୭୬ଜଣ ସାମ୍ବାଦିକଙ୍କୁ ଏହି ପୁରସ୍କାର ମିଳିଛି ।