ଏକତା କପୁରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଗେହନା ବଶିଷ୍ଠ
![](https://thetruths.in/wp-content/uploads/2022/04/Gehana-Vasistha-1024x576.jpeg)
ମୁମ୍ବାଇ : ଖୁବ୍ ଚର୍ଚ୍ଚା ସହ ଲୋକପ୍ରିୟ ହେବାରେ ଲାଗିଛି ରହିଛି କଙ୍ଗନା ରଣାୱତଙ୍କ ଶୋ ‘ଲକଅପ୍’ । ଏହି ଶୋ’ରେ ଭିନ୍ନ କନସେପ୍ଟ ଦର୍ଶକଙ୍କୁ ପସନ୍ଦ ଆସୁଛି। ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ବିଗ୍ବସ୍ ପରି ଏଥିରେ ମଧ୍ୟ ନିଜ ନିଜ ମଧ୍ୟରେ ଝଗଡା ଓ ଯୁକ୍ତିତର୍କ ମଧ୍ୟ ଲାଗୁଛି । ପ୍ରତି ସପ୍ତାହରେ ଖେଳଟି ରୋମାଞ୍ଚକର ହେବାରେ ଲାଗିଛି । ବର୍ତ୍ତମାନ ଶୋ’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ହୋଇଛି । ହେଲେ ଶୋ’ର ପ୍ରଥମ ଫାଇନାଲିଷ୍ଟ ପାୟଲ୍ ରୋହତଗି ହୋଇଛନ୍ତି। ଟିକେଟ୍ ଟୁ ଫାଇନାଲ୍ ଟାସ୍କ ସମୟରେ, ପ୍ରତିଯୋଗୀମାନଙ୍କ ମଧ୍ୟରେ ଏକ ଦୃଢ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ହେଲେ ଏହାରି ବର୍ତ୍ତମାନ ଅଭିନେତ୍ରୀ ଗେହନା ବଶିଷ୍ଠ ଶୋ’ର ନିର୍ମାତା ଏକତା କପୁରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଯାହା ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଜଣାଇଛନ୍ତି ।
ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ କହିଛନ୍ତି ଯେ ତାଙ୍କୁ ଏହି ଶୋ’ପାଇଁ ତାଙ୍କୁ ସାଇନ୍ କରାଯାଇଥିଲା କିନ୍ତୁ ୪ ମାସ ପର୍ଯ୍ୟନ୍ତ ତାଙ୍କୁ ଶୋ’ରେ ଏଣ୍ଟ୍ରି କରାଯାଇ ନଥିଲା । ଯାହା ଫଳରେ କାମ ନକରି ଘରେ ବସି ରହିଥିଲେ। ତାଙ୍କ କହିବାନୁସାରେ, ତାଙ୍କୁ ଏକ କଲ ଆସିଥିଲା ଏବଂ ତାଙ୍କୁ ସେଠାକୁ ଡକା ଯାଇଥିଲା । ‘ଲକଅପ୍’ ର ନିର୍ମାତା ତାଙ୍କର ପ୍ରୋମୋ ସୁଟ୍ କରାଇଥିଲେ ଏବଂ ଗୋଟେ ଏପିସୋଡ୍ ପାଇଁ ତାଙ୍କୁ ଦେଢ ଲକ୍ଷ ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ । ହେଲେ କିଛି ଦିନ ପରେ ଫୋନ୍ କରି କୁହାଗଲା କି ଏଇ ସପ୍ତାହରେ ଆମେ ତୁମକୁ ନେଇ ପାରିବୁ ନାହିଁ ଆସନ୍ତା ସପ୍ତାହରେ ଶୋ’ରେ ଏଣ୍ଟ୍ରି କରାଇବୁ । ଏହି ଶୋ’ ସାଇନ୍ କରିବା ପରେ ତାଙ୍କୁ ଅନ୍ୟ କୌଣସି ପ୍ରୋଜେକ୍ଟରେ କାମ କରିବାକୁ ଦିଆଯାଇନଥିଲା। କିନ୍ତୁ ପରେ ନିର୍ମାତାମାନେ ତାଙ୍କୁ କହିଥିଲେ ଯେ ତାଙ୍କ ଦ୍ବାରା କରାଯାଇଥିବା ସାଇନ୍ କୌଣସି କାରଣରୁ ବାତିଲ ହୋଇଛି। ହେଲେ ବର୍ତ୍ତମାନ ମୋର ବହୁତ କିଛି ବର୍ବାଦ ହୋଇ ଯାଇଛି । ଯେଉଁଥି ପାଇଁ ମୁଁ ଏବେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ମନେ ହେଉଛି କିନ୍ତୁ ନିଜକୁ ରୋକି ନେଉଛି ।