ଜି. ମାଥିଭାଥନନ ହେଲେ ବିଏମସି ପ୍ରଶାସକ

ଭୁବନେଶ୍ୱର : ୧୯୯୪ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ଜି. ମାଥିଭାଥନନଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସଂଗ୍ରାମଜିତ ନାୟକଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେ ବର୍ତମାନ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସହ ସଂସଦୀୟ ବ୍ୟାପାର ବିଭାଗ ର ପ୍ରମୁଖ ଶାସନ ସଚିବ ଏବଂ କଟକ ଉନ୍ନୟନ କତୃପକ୍ଷ (ସିଡିଏ)ର ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ଏହିସବୁ ଦାୟିତ୍ୱ ସହ ସେ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଉଲ୍ଳେଖ୍ୟଯୋଗ୍ୟ ଯେ ଗତକାଲି ଆଇଏଏସ୍ ଅଧିକାରୀ ସଂଜୟ କୁମାର ସିଂହଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା ।