ମାଗଣା ଗୋ-ଚିକିତ୍ସା ଶିବିର ଅନୁଷ୍ଠିତ
![](https://thetruths.in/wp-content/uploads/2022/11/Free-Go-Medical-Camp-1024x645.jpg)
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଭୋଗ ପଞ୍ଚାୟତର ବିଲକୁମ୍ଭାରୀ ରାଧାମାଧବ ଜୀଉ ସେବା ସଂଗଠନ ପକ୍ଷରୁ ରବିବାର ପୂର୍ବାହ୍ନରେ ଶ୍ରୀରାମପୁର ପଞ୍ଚାୟତ ଅଧୀନସ୍ଥ ଶ୍ରୀରାମପୁର ଗ୍ରାମର ଜାହାଜିପଦା ଠାରେ ବଡ଼ଭାଇ ସ୍ୱର୍ଗତ ନବୀନ ଦେଙ୍କ ସ୍ମୃତିରେ ଗୋ ସେବକ ଅରୁଣ କୁମାର ଦେଙ୍କ ତତ୍ତ୍ୱାବଧାନରେ ମାଗଣା ଗୋ-ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୟୁରଭଞ୍ଜ ଜିଲା ପ୍ରାଣୀ ଚିକିତ୍ସାଳୟର ଉପ-ନିର୍ଦ୍ଦେଶକ ଡା. ଅଜୟ କୁମାର ବେହେରା ଯୋଗଦେଇ ଗୋରୁ, ଗାଈ, ଛେଳି ଇତ୍ୟାଦିଙ୍କ ଚିକିତ୍ସା କରିଥିଲେ ।
ଗୋ ସେବକ ଅରୁଣ କୁମାର ଦେଙ୍କ ବଡ଼ ଭାଇ ସ୍ୱର୍ଗତ ନବୀନ ଦେଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ସେ ଗୋମାତା ସହିତ ପ୍ରାଣୀମାନଙ୍କୁ ବହୁତ ଭଲ ପାଉଥିଲେ । ସେଥିପାଇଁ ସ୍ୱର୍ଗତ ଦେଙ୍କ ସ୍ମୃତି ଉଦ୍ଦେଶ୍ୟରେ ସପ୍ତମ ଶ୍ରାଦ୍ଧବାର୍ଷିକୀରେ ଉପଲକ୍ଷେ ଏହି ଶିବିର ଆୟୋଜିତ ହୋଇଥିଲା । ନିରଞ୍ଜନ ଜେନା, ସୁଶାନ୍ତ ଗିରି ଶିବିରକୁ ପରିଚାଳନା କରିଥିଲେ । ଆଖ ପାଖ ଅଞ୍ଚଳରୁ ବହୁ ଗୋରୁ, ଗାଈ ଏବଂ ଛେଳିଙ୍କର ଚିକିତ୍ସା କରାଯାଇ ମାଗଣା ଔଷଧ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଯୁଗଳ କିଶୋର ପାତ୍ର, ବଂଶୀଧର ବେହେରା, ସମାଜସେବୀ ଜୟ ନାରାୟଣ ଜେନା, ଇନ୍ ଟାସ୍ କମ୍ପାନୀର ବିଶ୍ୱଜିତ୍ ବେହେରା, ଡାବର କମ୍ପାନୀର ରମେଶ ପଟ୍ଟନାୟକ, କେରସ୍ କମ୍ପାନୀର ମନୋଜ ପରିଡା, ଜେନିକ୍ସ କମ୍ପାନୀର କପିଳ ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ସୁବାସ କୁମାର ଜେନା, ଅଜୟ ଦେ, ବଳରାମ ଦେ, ହରେକୃଷ୍ଣ ଦେଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା ।