ଲାୟନ୍ସ କ୍ଲବ ପକ୍ଷରୁ ମାଗଣା ଚକ୍ଷୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ
![](https://thetruths.in/wp-content/uploads/2023/02/Lions-Club-Eye-Camp-1024x494.jpg)
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ଲାୟନ୍ସ କ୍ଲବ ପକ୍ଷରୁ ରବିବାର ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ଡା ପଞ୍ଚାୟତର ଜାମକୁଣ୍ଡା ଲକ ନିକଟସ୍ଥ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ମାଗଣା ଚକ୍ଷୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି ।
ଲାୟନ୍ସ କ୍ଲବର ସଭାପତି ଲାୟନ ଅଜୟ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଶିବିରକୁ ଲାୟନ୍ସ କ୍ଲବର ଜୋନାଲ ଚେୟାରପରସନ ଲାୟନ ନବୀନ କୁମାର ପାତ୍ର ଆନୁଷ୍ଠାନିକ ଭାବରେ ଫିତା କାଟି ଉଦଘାଟନ କରିଥିଲେ । ଡାକ୍ତର ସୁଧାଂଶୁ କର ଓ ତାଙ୍କ ସହଯୋଗୀ ଅଜିତ କୁମାର ଚାନ୍ଦଙ୍କ ଦ୍ୱାରା ରୋଗମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ସହିତ ଆଖି ଛାନି ପଡ଼ିବା ଏବଂ ଆଖିର ଯାବତୀୟ ରୋଗର ନିରାକରଣ ବିଷୟରେ ପରାମର୍ଶ ଦେବା ସହିତ ଚକ୍ଷୁ ଚିକିତ୍ସା କରାଯାଇଥିଲା । ବାଲିଆପାଳ ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ଲାୟନ ରାଜେନ୍ଦ୍ର ରଣା, କୋଷାଧ୍ୟକ୍ଷ ଲାୟନ ଭୋବନ ମୋହନ ପିଳା, ସମ୍ପାଦକ ଲାୟନ ତରୁଣ କୁମାର ମହାପାତ୍ର, ଲାୟନ ଦାମୋଦର ଗିରି, ଉପ-ସଭାପତି ଲାୟନ ଅନାଦି ଚରଣ ଗିରି, ଲାୟନ ଜାମିନିକାନ୍ତ ରାଉତ, ଲାୟନ ଗୋବିନ୍ଦ ପ୍ରସାଦ ଦାସ, ଲାୟନ ଡ. ଗୟାରାମ ଗଙ୍ଗାଇ, ଲାୟନ ଜ୍ୟୋତିଶଙ୍କର ଭୂୟାଁ, ଲାୟନ ଅଦୈତ୍ୟ ବାଗଙ୍କ ସହିତ ଶିଶୁ ମନ୍ଦିର ସଭାପତି ବଂଶୀଧର ଜେନା, ସମ୍ପାଦକ ପଞ୍ଚାନନ ନାୟକ, ସଦସ୍ୟ ଗୌରାଙ୍ଗ ଦାସ, ଗୁରୁମା କବିତା ସାହୁ, ସତ୍ୟବତୀ ରାଉତ, ଗୁରୁଜୀ ବସନ୍ତ ଜେନା, ଶରତ ଚନ୍ଦ୍ର ପ୍ରଧାନ, ସାମାଜିକ କର୍ମୀ ଉତ୍ତମ କୁମାର ପିଳା, ମନ୍ମଥ ବେହେରା ପ୍ରମୁଖ ଶିବିରକୁ ସହଯୋଗ କରିଥିଲେ । ଶିବିରରେ ବହୁ ବୃଦ୍ଧ ବୃଦ୍ଧା ଓ ଗରିବ ଲୋକମାନେ ଚିକିତ୍ସା ପାଇବାର ସୁଯୋଗ ପାଇଥିଲେ । ଶତାଧିକ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ।