୮ରେ ମସ୍କୋ ଯିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର
![](https://thetruths.in/wp-content/uploads/2021/11/Foreign-Minister-S-Jayashankar-1024x512.jpg)
ନୂଆଦିଲ୍ଲୀ : ଭାରତ-ଋଷ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହେବ ପ୍ରତ୍ୟେକ୍ଷ ଆଲୋଚନା । ଏଥିପାଇଁ ଆସନ୍ତା ମାସ (ନଭେମ୍ବର) ୮ ତାରିଖରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମସ୍କୋ ଗସ୍ତ କରୁଛନ୍ତି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ଋଷ ପ୍ରତିପକ୍ଷ ସର୍ଗେଇ ଲାଭର୍ବଙ୍କ ମଧ୍ୟରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ଏକାଧିକ ସମୂହ ପ୍ରସଙ୍ଗରେ ପାରସ୍ପାରିକ ସହଯୋଗ ସହ ବର୍ତ୍ତମାନ ସମୟରେ ବୌଶ୍ବିକ ସ୍ଥିତି ଓ ଏହାର କ୍ରମବିକାଶଃ ନେଇ ମଧ୍ୟ ଆଲୋଚନା ହେବାର ସୂଚନା ମିଳିଛି ।
ଏନେଇ ଋଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖରୋଭାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ନେତା ଏହି ସମସ୍ତ ପ୍ରସଙ୍ଗରେ ମତ ବିନିମୟ କରିବେ । ବର୍ତ୍ତମାନ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ୟୁକ୍ରେନ ସ୍ଥିତି ଓ ତାର ପ୍ରଭାବରେ ସୃଷ୍ଟି ହୋଇଥିବା ପରବର୍ତ୍ତୀ ଅନ୍ତର୍ଜାତୀୟ ସମୀକରଣ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ ।
ତେବେ ଏହା ପୂର୍ବରୁ ଋଷ ପ୍ରତିରକ୍ଷା ମନ୍ତ୍ରୀ ନିଜ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂଙ୍କୁ ୟୁକ୍ରେନ ଯୁଦ୍ଧ ସ୍ଥିତି ସମ୍ପର୍କିତ ଘଟଣାକ୍ରମ ସମ୍ପର୍କରେ ଅବଗତ କରିଥିଲେ । ଏଥିରେ ସେ ୟୁକ୍ରେନ ଋଷ ବିରୋଧରେ ଡାର୍ଟି ବୋମା ବ୍ୟବହାର ନେଇ ମସୁଧା ରଖିଥିବା ନେଇ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ଏବେ ପୁଣି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ରାଜଧାନୀ ମସ୍କୋରେ ସିଧା ଆଲୋଚନା କରିବାକୁ ଯାଉଛନ୍ତି ।