ଫୁଟବଲ ଟୁର୍ଣ୍ଣାମେଣ୍ଟ : ବି ପ୍ଲସ୍ ଡି ଜାମସେଦପୁର ଟାଟା ଚମ୍ପିଆନ
![](https://thetruths.in/wp-content/uploads/2023/01/Football-Tournament.jpg)
ବାଲିଆପାଳ : ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତ ଅନ୍ତର୍ଗତ କାଳନ୍ଦା ମିନିଷ୍ଟାଡ଼ିୟମ୍ରେ ଜାହେର ଗଡ଼ିଆ ଆଦିବାସୀ ଜୁଆଁ ଗଉଣ୍ଟା କ୍ଲବ ପକ୍ଷରୁ ଅନୁଷ୍ଠିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି । ଫାଇନାଲ ରାଉଣ୍ଡରେ ରିଟର୍ଣ୍ଣ ଏମ୍ ଜିଏସଏସ୍ ଓ ବି ପ୍ଲସ୍ ଡି ଜାମସେଦପୁର ଟାଟା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବି ପ୍ଲସ୍ ଡି ଜାମସେଦପୁର ଟାଟା ଦଳ ରିଟର୍ଣ୍ଣ ଏମ୍ ଜିଏସଏସ୍ ଦଳକୁ ହରାଇ ଚମ୍ପିଆନ ହୋଇଥିଲେ ।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ନାରୀନେତ୍ରୀ ସୁବାସିନୀ ଜେନା ଯୋଗଦେଇ ଆୟୋଜକ କମିଟି ଓ ଫୁଟବଲ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାନେଜର ମୋତିରାମ ସୋରେନ୍ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । କ୍ଲବର ସଭାପତି ବୁଦ୍ଧିରାମ ବେଶ୍ରା ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ୨୨ ନଂ. ଜୋନ୍ର ଜିଲା ପରିଷଦ ସଦସ୍ୟ ନିଶାକର ସେଠୀ, ସ୍ଥାନୀୟ ସରପଞ୍ଚ ଅରୁଣ ପାଣିଗ୍ରାହୀ, ସମିତିସଭ୍ୟ ମୀନକେତନ ଦାସ ମହାପାତ୍ର, ଗାଁ ମୁଖିଆ ଦୈତାରୀ ନାୟକ, ବରିଷ୍ଠ ନାଗରିକ ନିତ୍ୟାନନ୍ଦ ଦାସ ମହାପାତ୍ର, ଖଗେନ୍ଦ୍ର ମୁର୍ମୁ, ସୁଲତା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ବିଜୟୀ ଦଳକୁ ଏବଂ ରନର୍ସ ଅପ୍ ଦଳକୁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟକୁ ଜାହେର ଗଡ଼ିଆ ଆଦିବାସୀ କ୍ଲବର ସୁମନ୍ତ ବେଶ୍ରା, ନାଇଧର ବେଶ୍ରା, ମନ୍ମଥ ବେଶ୍ରା, ରାଜେନ ସୋରେନ୍, ନବା ସୋରେନ୍, ଗୁରୁଭା ବେଶ୍ରା, ବାପି ବେଶ୍ରା, କଟି ମାରାଣ୍ଡି, ମଧୁ ସୋରେନ୍, ମଧୁସୂଦନ ବେଶ୍ରା, ଆନନ୍ଦ ସୋରେନ୍, ବାଜୁନ ସୋରେନ୍ ପ୍ରମୁଖ ସହଯୋଗ କରିଥିଲେ । ସେକ୍ରେଟେରୀ ରୁପାୟ ଟୁଡୁ ମଞ୍ଚ ଆହ୍ୱାନ କରିଥିଲେ । ଫାଇନାଲ ମ୍ୟାଚ୍ ପୂର୍ବରୁ ମୁଖ୍ୟ ଅତିଥି ନାରୀନେତ୍ରୀ ଶ୍ରୀମତୀ ଜେନାଙ୍କୁ କ୍ଲବର ସଦସ୍ୟ ଏବଂ ଗ୍ରାମର ମହିଳାମାନେ ମାଦଳର ତାଳେ ତାଳେ ନାଚି ନାଚି ଶୋଭାଯାତ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା କରିଥଲେ ।