ଶିକ୍ଷୟତ୍ରୀ ଙ୍କ ମାଡରେ ପ୍ରଥମ ଶ୍ରେଣୀ ଛାତ୍ର ଆହତ
ଖଇରା : ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଫଗୁଣା ୟୁପି ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ର ତେଜସ ନାୟକଙ୍କୁ ଜଣେ ଶିକ୍ଷୟତ୍ରୀ ନିସ୍ତୁକ ମାଡମାରି ଆହତ କରିଥିବା ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି I ତୁରନ୍ତ ଉକ୍ତ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାନଗଲେ ଗ୍ରାମବାସୀଙ୍କୁ ସାଥିରେ ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ମା ରଶ୍ମିତାନାୟକ କହିଛନ୍ତି I ଆଭିଯୋଗ ଅନୁଯାୟୀ ବୁଧବାର ଦିନ ଶୁଭେନ୍ଦ୍ରଙ୍କ ପୁଅ ତେଜସ ବିଦ୍ୟାଳୟକୁ ଯାଇଥିବା ବେଳେ ଶିକ୍ଷୟତ୍ରୀ ଜଣକ ଏକ ବାଡିରେ ନିସ୍ତୁକ ମାଡ ମାରିଥିଲେ ପୁଅ ଘରକୁ ଫେରିବା ପରେ ବିଭିନ୍ନ ସ୍ଥାନରେ ଆହତ ଚିହ୍ବ ଦେଖି ମା ଏହାର କାରଣ ପଚାରିଥିଲେ I ପରେ ଶିକ୍ଷୟତ୍ରୀଙ୍କୁ ପଚାରିବା ପରେ ସେ ଏଣିତେଣୁ କହିଥିଲେ I ଗୁରୁବାର ମା ରଶ୍ମିତା ନିଜ ପୁଅକୁ ସାଥିରେ ଧରି ବ୍ଲକ ଶିକ୍ଷାଧିକାରି ଓ ଖଇରା ଚାଇଲ୍ଡ ଲାଇନରେ ଲିଖିତ ଅଭିଯୋଗ କରିଥିଲେ I ଓଡିଶା ସରକାରଙ୍କ ଶିକ୍ଷାବିଭାଗ ଟୋଲ ଫ୍ରି ନମ୍ବର ରେ ମଧ୍ୟ ଜଣାଇଥିଲେ I ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଗୋଲକ ବିହାରୀ ପାଢୀଙ୍କୁ ଯୋଗାଯୋଗ କରିବାରେ ସେ ଶୁକ୍ରବାର ତଦନ୍ତରେ ଯିବେ I ଅଭିଯୋଗର ସତ୍ୟତା ଥିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି I