ଜାମ୍ମୁର କ୍ରେକୁଟା ନଗର ଅଂଚଳରୁ ୨.୫ କୋଟିର ନକଲି ନୋଟ ଜବତ
![](https://thetruths.in/wp-content/uploads/2023/02/84-2.jpg)
ଜାମ୍ମୁ : ଜାମ୍ମୁର କ୍ରେକୁଟା ନଗର ଅଂଚଳରୁ ପୋଲିସ ଶନିବାରଦିନ ୨.୫ କୋଟିର ନକଲି ନୋଟ ଜବତ କରିଛି । ଏହା ସହିତ ପୋଲିସ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି । ଏଡିଜି ମୁକେଶ ସିଂହ କହିଛନ୍ତି ଗିରଫହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ୪ ଜଣ କାଶ୍ମୀର ଓ ଜଣେ ଦିଲ୍ଲୀରେ ରହୁଥିବା ଜଣାପଡିଛି । ଏମାନେ ସମସ୍ତେ ବଠିଡୀ ଅଂଚଳରେ ଏକ ଭଡା ଘରେ ରହୁଥିଲେ । ଏମାନଙ୍କ ପାଖରୁ ୨.୫ କୋଟିର ନକଲି ନୋଟ ମିଳିଥିଲା । ଏଥିମଧ୍ୟରୁ ୫ ଲକ୍ଷ ନୋଟ ଅସଲି ଥିଲା । ପୋଲିସ୍ର ଏକ ସ୍ପେସାଲ ଟିମ ଏମାନଙ୍କୁ ପଚରା ଉଚରା କରୁଛି ।