ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ, ୫୮ ପ୍ଲାଟୁନ୍ ଫୋର୍ସ ମୁତୟନ
![](https://thetruths.in/wp-content/uploads/2022/11/President-Draupadi-Murmu.jpeg)
ଭୁବନେଶ୍ୱର : ରାଷ୍ଟ୍ରପତି ଭାବେ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିବେ । ଆଜି ଓ ଆସନ୍ତାକାଲି ଭୁବନେଶ୍ୱର ଏବଂ ପୁରୀରେ ତାଙ୍କର ଅନେକ କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥାକୁ ନଜରରେ ମୋଟ୍ ୫୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳ ସାଢ଼େ ୯ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅର୍ନର ପ୍ରଦାନ କରାଯିବ । ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ପୁରୀ ଯିବ। ସାଢ଼େ ୧୦ଟା ସମୟରେ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚିବେ। ର୍କାକେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି। ଶ୍ରୀମନ୍ଦିରରେ ସେ ପାଖାପାଖି ଏକ ଘଣ୍ଟା ରହିବେ ମହାମହିମ। ସାଢ଼େ ୧୧ଟାରେ ରାଷ୍ଟ୍ରପତି ସିଂହଦ୍ୱାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ। ସେଠାରୁ ସିଧା ରାଜଭବନ ବାହାରିବେ ରାଷ୍ଟ୍ରପତି । ୧୨ଟାରେ ରାଜଭବନରେ ପହଞ୍ଚି ମହାପ୍ରସାଦ ସେବନ କରିବେ ।
ଏହି ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଇପାରେ। ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିସନରେଟ ପୁଲିସ ପକ୍ଷରୁ ଅତିରିକ୍ତ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ରିଜର୍ଭ ବାଟାଲିୟନ, ସ୍ବତନ୍ତ୍ର ସୁରକ୍ଷା, ଓଡ଼ିଶା ଆର୍ମ ପୁଲିସ ଫୋର୍ସ ସହ ଅତିରିକ୍ତ ୩ୟ ବାଟାଲିୟନ କୋରାପୁଟ, ଖୋର୍ଦ୍ଧା ବାଟାଲିୟନ ସମେତ ମୋଟ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ତଦାରଖ ପାଇଁ ୪ଜଣ ଡିସିପି ରାଙ୍କର ଅଧିକାରୀଙ୍କ ସମେତ ୨୨ଜଣ ଅତିରିକ୍ତ ଡିସିପି, ୫୬ଜଣ ଡିଏସ୍ପି, ୬୨ଜଣ ଇନ୍ସ୍ପେକ୍ଟର ଓ ୨୦୦ଜଣ ଏସ୍ଆଇ ଓ ଏସ୍ଆଇ ମୁତୟନ ରହିବେ। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାର୍ଡ, ବମ୍ ସ୍କ୍ବାର୍ଡ, ଆମ୍ବୁଲାନ୍ସ, ଫାୟାର ସର୍ଭିସ୍ ମଧ୍ୟ ସାମିଲ ହେବେ। ଆଜି ଏନେଇ ଫୁଲ ଡ୍ରେସ୍ ରିହର୍ସଲ କରିଛି। ସେହିପରି ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା(ଡିଆଇଜି) ଅନୁପ ସାହୁ, ଡିସିପି ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ।