ଓଏଭି ଓ ଓଏମ୍ଏଭି ପ୍ରବେଶିକା ପରୀକ୍ଷା ପାଇଁ ଫର୍ମପୂରଣ ଅବଧି ବୃଦ୍ଧି
![](https://thetruths.in/wp-content/uploads/2022/05/Board-of-Secondary-Education.png)
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ଓଏଭି) ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (ଓଏମ୍ଏଭି) ପ୍ରବେଶିକା ପରୀକ୍ଷା ପାଇଁ ଫର୍ମପୂରଣ ଅବଧି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଓଏଭି ଓ ଓଏମ୍ଏଭି ନିର୍ଦ୍ଦେଶାବଳୀ ଅନୁସାରେ ଛାତ୍ରଛାତ୍ରୀମାନେ ୬ଷ୍ଠ ଶ୍ରେଣୀରେ ଭର୍ତ୍ତି ହେବା ପାଇଁ ଓ ଲାଟେରାଲ୍ ଏଣ୍ଟ୍ରି ଜରିଆରେ ୭ମ, ୮ମ, ୯ମ ଶ୍ରେଣୀରେ ଭର୍ତ୍ତି ହେବା ପାଇଁ ଆସନ୍ତା ୧୦ତାରିଖ ମଧ୍ୟରାତ୍ରି ସୁଦ୍ଧା ଫର୍ମପୂରଣ କରିପାରିବେ।