ଅଫିସ୍ କ୍ୟାଫେଟେରିଆରେ ବିସ୍ଫୋରଣ : ୧୬ ମୃତ, ୧୦ ଆହତ
![](https://thetruths.in/wp-content/uploads/2022/01/China-Deadly-Explosion-1024x639.jpg)
ବେଜିଂ : ଦକ୍ଷିଣ-ପଶ୍ଚିମ ଚୀନର ଏକ ଅଫିସ୍ କ୍ୟାଫେଟେରିଆରେ ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୦ ଜଣ ଆହତ ହୋଇଛନ୍ତି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଚୋଙ୍ଗକିଙ୍ଗ ନଗର ପ୍ରଶାସନ ଏକ ଅନଲାଇନ୍ ବିବୃତ୍ତିରେ କହିଛି ଯେ ବିସ୍ଫୋରଣର କାରଣ ଗ୍ୟାସ ଲିକରୁ ହୋଇଥାଇପାରେ । ଅଧିକାରୀଙ୍କ କହିବା ଅନୁଯାୟୀ ଉଦ୍ଧାର କର୍ମଚାରୀମାନେ ସାରା ରାତି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।
ଫଳରେ ମଧ୍ୟରାତ୍ରି ସୁଦ୍ଧା ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଉଦ୍ଧାର ହୋଇଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି । ସୂଚନା ଯେ, ୱାଲଙ୍ଗ ଜିଲାର ଏକ ସରକାରୀ କାର୍ଯ୍ୟାଳୟରେ ପ୍ରାୟ ରାତି ୧୨.୧୦ରେ ବିସ୍ଫୋରଣ ଘଟିଥିଲା । ଏହି ଜିଲ୍ଲା ଚୋଙ୍ଗକିଙ୍ଗ ସହର କେନ୍ଦ୍ରଠାରୁ ପ୍ରାୟ ୭୫ କିଲୋମିଟର ଦୂରରେ ଅବସ୍ଥିତ ।