ମହଙ୍ଗା ଉପରେ ମହଙ୍ଗା ମାଡ଼ ! ଆଜିଠୁ ପୁଣି ବଢିବ ଗ୍ୟାସ୍ ଦର
![](https://thetruths.in/wp-content/uploads/2022/06/Gas-Price-1024x576.jpg)
ନୂଆଦିଲ୍ଲୀ : ମହଙ୍ଗା ଉପରେ ମହଙ୍ଗା ମାଡ଼ । ଲଗାତାର ବଢିଚାଲିଛି ଗ୍ୟାସ ଦର । ଆଉ ଏବେ ପୁଣି ଗ୍ୟାସ୍ ଦର ବୃଦ୍ଧି ହେବାକୁ ଯାଉଛି । ଗତ କିଛି ଦିନ ତଳେ ଗ୍ୟାସ ଦର ବୃଦ୍ଧି ହୋଇଥିବା ବେଳେ ଆଜିଠୁ ପୁଣି ଗ୍ୟାସ ଦର ବଢିପାରେ ବୋଲି ଜଣାପଡିଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢି ଯାଇଛି ।
ସୂଚନା ଅନୁସାରେ, ପ୍ରତିମାସ ପହିଲାରେ ଏଲପିଜି ମୂଲ୍ୟ ନିର୍ଦ୍ଦାରିତ କରାଯାଇଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ଗ୍ୟାସ ଦରରେ ବୃଦ୍ଧି ଘଟିପାରେ । ଗ୍ୟାସ ଦର ବୃଦ୍ଧିର ଆଉ ଏକ ବଡ କାରଣ ହେଉଛି ଅନ୍ତରାଷ୍ଟ୍ରୀୟ ବଜାରରେ ଗ୍ୟାସ୍ ଦର ଲଗାତାର ବୃଦ୍ଧି ହେବାରେ ଲାଗିଛି । ତେଣୁ ପୁଣି ରୋସେଇ ଗ୍ୟାସ୍ ଦର ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି । ସୂଚନା ଯେ, ମେ’ ମାସରେ ଦୁଇଥର ବଢିସାରିଛି ଗ୍ୟାସ୍ ଦର । ଗତ ମେ ୭ ତାରିଖରେ ୧୪.୨ କିଲୋଗ୍ରାମ୍ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ଅଚାନକ ୫୦ ଟଙ୍କାକୁ ବୃଦ୍ଧି ହୋଇଥିଲା । ସେହିପରି ମେ ୧୯ ତାରିଖରେ ତେଲ କମ୍ପାନୀଗୁଡିକ ଗ୍ୟାସ୍ ଦର ୩.୫୦ ପଇସା ବଦ୍ଧି କରିଥିଲେ ।