ଭଦ୍ରବାହର ମସ୍ଜିଦରେ ଉତ୍ତେଜନା : ଇଣ୍ଟରନେଟା ବନ୍ଦ, କର୍ଫ୍ୟୁ ଜାରି
![](https://thetruths.in/wp-content/uploads/2022/06/Bhadrabahar-mosque.jpg)
ଶ୍ରୀନଗର : ଜମ୍ମୁ କଶ୍ମୀରର ଭଦ୍ରାହରେ ଏକ ମସ୍ଜିଦରେ ଉତ୍ତେଜିତ ଭାଷଣ ଦିଆଯିବା ପରେ ଉତ୍ତେଜନା ଦେଖାଯାଇଛି। ପରିସ୍ଥିତି ଉତ୍ତେଜପୂର୍ଣ୍ଣ ଥିବାରୁ କର୍ଫ୍ୟୁ ଜାରି କରିଦିଆଯାଇଛି। ସେହିଭଳି ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରିଦିଆଯାଇଛି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜମ୍ମୁ କଶ୍ମୀର ଡୋଡା ଜିଲ୍ଲା ଭଦ୍ରାହରେ ଏକ ମସଜିଦରେ ଗୁରୁବାର ଉତ୍ତେଜନାପୂର୍ଣ୍ଣ ଭାଷଣ ଦିଆଯାଇଥିଲା। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରିସ୍ଥିତ ଅଣାୟତ ହେବାରୁ ପ୍ରଶାସନ ତରଫରୁ କର୍ଫ୍ୟୁ ଲାଗୁ ହୋଇଛି। ଲୋକଙ୍କୁ ଘର ଭିତରେ ରହିବା ପାଇଁ ପ୍ରଶାସନ ଓ ପୋଲିସ ମାର୍ଗଦର୍ଶିକ ଜାରି କରିଛନ୍ତି। ଯେଭଳି କୌଣସି ହିଂସା ନ ଘଟିବ, ସେଥିପାଇଁ ବ୍ୟାପକ ପୋଲିସ ମୁତୟନ ଅଛନ୍ତି। ସେହିପରି ଇଣ୍ଟରନେଟ ମଧ୍ୟ ବନ୍ଦ କରିଦିଆଯାଇଛି। ସୂଚନାଯୋଗ୍ୟ, ପ୍ରାୟ ଏକ ମାସ ହେବ ଘାଟିରେ ହିଂସାତ୍ମକ ଗତିବିଧି ବଢ଼ିବାରେ ଲାଗିଛି ଆତଙ୍କବାଦୀଙ୍କ ପରେ ସ୍ଥାନୀୟ ଲୋକେ ମଧ୍ୟ ହିଂସାତ୍ମକ କାମରେ ଲିପ୍ତ ରହୁଥିବା ଦୃଷ୍ଟିଗୋଚର ହେଉଛି।