ଗବେଷଣାରୁ ପ୍ରମାଣିତ! ଗ୍ରୀଷ୍ମଦିନେ ଅମୃତ ସମ ଆଖୁରସ, ଜାଣନ୍ତୁ ପିଇବାର ଉପକାର
![](https://thetruths.in/wp-content/uploads/2022/06/Sugarcane-Juice-1024x536.jpg)
ରାଜ୍ୟରେ ଅସହାୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଆଉ ବାଟରେ ଗଲାବେଳେ ଗୋଟିଏ ଗ୍ଲାସ ଆଖୁରସ ମିଳିଗଲେ ଆତ୍ମା ତୃପ୍ତି ହୋଇଯାଏ। ତେବେ ଆଖୁରସ କେବଳ ଶୋଷ ମେଣ୍ଟାଏ ତାହା ନୁହେଁ ଏହା ଅନେକ ଔଷଧିୟ ଫାଇଦା ମଧ୍ୟ ରହିଛି।
ଗ୍ରୀଷ୍ମ ଋତୁରେ ପ୍ରାୟ ସମସ୍ତ ରାସ୍ତାକଡରେ ଆଖୁରସର ପସରା ଲିଗାଥାଏ। ଏହାକୁ ପିଇଲେ ଶରୀରକୁ ଥଣ୍ଡା ଲାଗେ। ଏହା ବ୍ୟତୀତ ଆଖୁରସ ଫାଇବରରେ ମଧ୍ୟ ଭରପୂର ଅଟେ। ଆଖୁରସ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମଧ୍ୟ କାମ କରେ। ରୋଗ ପ୍ରତିରୋଧକ ପ୍ରଣାଳୀ ଦୁର୍ବଳ ହେଲେ ଶରୀରକୁ ଯେକୌଣସି ରୋଗ ମାଡିବସେ। ତେଣୁ ଆମ ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀକୁ ଦୃଢ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଅନେକ ଗବେଷଣାରୁ ପ୍ରମାଣିତ ହୋଇଛି ଯେ, ଆଖୁରେ ହେପାଟୋପ୍ରୋଟେକ୍ଟିଭ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଯାହା କେବଳ ଅନେକ ପ୍ରକାରର ଜୀବାଣୁ ଏବଂ ଭୂତାଣୁ ସଂକ୍ରମଣରୁ ରକ୍ଷା କରେ ନାହିଁ, ବରଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ।
ଅନ୍ୟାନ୍ୟ ଉପକାରିତା :
ଆଖୁ ରସରେ କ୍ୟାଲସିୟମ ଏବଂ ଫସଫରସ୍ ପରି ଖଣିଜ ପଦାର୍ଥ ଭରପୂର ଅଟେ। ଏହା ଦାନ୍ତ କ୍ଷୟ ହେବାର ସମ୍ଭାବନାକୁ ମଧ୍ୟ ହ୍ରାସ କରିଥାଏ।
ଆଖୁରେ ଫାଇବର ରହିଥାଏ, ଯାହା ଆମ ଶରୀରରେ ବଢୁଥିବା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଫାଇବର ଆମ ଶରୀରରୁ ସମସ୍ତ କ୍ଷତିକାରକ କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ।
ଆଖୁ ଏକ ପ୍ରକାର ଶକ୍ତି ଉତ୍ସ। ପ୍ରଚଣ୍ଡ ଉତ୍ତାପରେ, ଗୋଟିଏ ଗ୍ଲାସ୍ ଥଣ୍ଡା ଆଖୁରସ ଶରୀରକୁ ଶକ୍ତି ଦେବା ପାଇଁ କାମ କରେ। ଆଖୁ କେବଳ ଆପଣଙ୍କ ଶରୀରକୁ ଶକ୍ତି ଯୋଗାଏ ନାହିଁ ବରଂ ଡିହାଇଡ୍ରେସନରୁ ମଧ୍ୟ ରକ୍ଷା କରିଥାଏ।
ପୋଟାସିୟମରେ ଭରପୂର ଆଖୁରସ ପେଟରେ pH ସ୍ତରକୁ ସନ୍ତୁଳିତ କରିଥାଏ। ବଦହଜମି ରୋଗରେ ପୀଡିତ ଲୋକମାନେ ଆଖୁରସ ପିଇ ପାରିବେ। କାରଣ ଏହା ହଜମକାରୀ ରସ।