ବାଲେଶ୍ୱର : ମହାଶିବରାତ୍ରିରେ ଅଲୌକିକ ଘଟଣା! ମନ୍ଦିର ଭିତରେ କ୍ଷୀର ପିଇ ଭକ୍ତଙ୍କୁ ଦର୍ଶନ ଦେଲେ ନାଗରାଜ
![](https://thetruths.in/wp-content/uploads/2024/03/Sankheswar-Temple.jpg)
ବାଲେଶ୍ୱର : ପବିତ୍ର ମହାଶିବରାତ୍ରି (ଜାଗର)ରେ ଅଲୌକିକ ଘଟଣା। ମନ୍ଦିର ଭିତରେ ଭକ୍ତଙ୍କୁ ଦର୍ଶନ ଦେଲେ ନାଗରାଜ। ନୀଳଗିରିର ସଜନାଗଡ଼ ପଂଚାୟତ ତେଣ୍ଡା ନିକଟ କୁଲଡ଼ିହା ଅଭୟାରଣ୍ୟର ପାଦଦେଶରେ ଥିବା ଶଙ୍ଖେଶ୍ୱର ମହାଦେବଙ୍କ ଠାରେ ଗତ ଶୁକ୍ରବାର ଜାଗର ପୂଜାର୍ଚ୍ଚନା ଚାଲିଥିବା ବେଳେ ମହାଦେବଙ୍କ ମହାଦୀପ ଦୀପ ଉଠିବା ପୂର୍ବରୁ ରାତି ପ୍ରାୟ ୧୨ଟା ପରେ ନାଗରାଜ ଆସି କ୍ଷୀର ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ଭାବି ବିଭୋର କରିଛି । ଏହି ପରିପ୍ରେକ୍ଷୀରେ ଭକ୍ତମାନେ ‘ହର ହର ମହାଦେବ’ କହି ନତମସ୍ତକ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ଜାଗର ଭଳି ଦିନରେ ଏଭଳି ଏକ ଦୃଶ୍ୟ କେବଳ ବାବା ଭୋଳାନାଥଙ୍କ ଅପୂର୍ବ ଲୀଳା ବୋଲି ବିଶ୍ୱାସ କରିଛନ୍ତି । ଏଭଳି ଏକ ଚିତ୍ର ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି।
![](https://thetruths.in/wp-content/uploads/2024/03/IMG-20240309-WA0027.jpg)
![](https://thetruths.in/wp-content/uploads/2024/03/IMG-20240309-WA0029-768x1024.jpg)
ସୂଚନା ଯେ, ସଜନାଗଡ଼ ପଞ୍ଚାୟତ ତେଣ୍ଡା ନିକଟ କୁଲଡ଼ିହା ଅଭୟାରଣ୍ୟର ପାଦଦେଶରେ ଗୋଟିଏ ବିରାଟ ପଥର ଚତିରି ଭିତରୁ ଆବିର୍ଭୁତ ବାବା ଶଙ୍ଖେଶ୍ୱର । ତେଣ୍ଡା ଅଞ୍ଚଳର ବାସିନ୍ଦା ୰କଡ଼େ ସିଂ ଦ୍ୱାରା ପୂଜା ପାଉଥିବାବେଳେ ୧୯୭୭ ମସିହା ପରେ ୰ ଗଣେଶ୍ୱର ନାୟକ ଓ ଅଞ୍ଚଳବାସୀଙ୍କ ସହଯୋଗରେ ଏକ ମନ୍ଦିର ନିର୍ମାଣ ହୋଇଥିଲା । ଗତ ଶୁକ୍ରବାର ରାତ୍ରି ପ୍ରାୟ ୧୨ଘଟିକା ସମୟରେ ମନ୍ଦିରର ପୂଜକ ଗୈରହରି ପାଢ଼ିଙ୍କ ଦ୍ୱାରା ଜାଗର ଉପଲକ୍ଷେ ବଡ଼ ସିଂହାର ବେଶ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମନ୍ଦିର ଭିତରେ ସ୍ୱୟଂ ଦର୍ଶନ ଦେଇଥିଲେ ନାଗରାଜ । ପାହାଡ଼ର ପଥର ଚତିରି ତଳେ ତଳେ ମନ୍ଦିର ମଧ୍ୟକୁ ଗୋଟିଏ ସୁଡ଼ଙ୍ଗ ଭିତରେ ଭିତରେ ଥିବାରୁ ଉକ୍ତ ସୁଡ଼ଙ୍ଗ ଦେଇ ମହାଦୀପ ଉଠିବା ପୂର୍ବରୁ ନାଗରାଜ ଆସି କ୍ଷୀର ପିଇ ସକାଳ ୬ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ନାଗ ସାପ ବାହାରକୁ ଆସିବା ଖବର ପାଇ ଶ୍ରଦ୍ଧାଳୁମାନଙ୍କ ର୍ଶନ ପାଇଁ ଲାଗିରହିଥିଲା ହୋଇଥିଲା ଭିଡ଼ ।