ଶକୁନ୍ତଳା ପବ୍ଲିକ ସ୍କୁଲ ପରିସରରେ ପରିବେଶ ସଚେତନତା ସଭା
![](https://thetruths.in/wp-content/uploads/2023/01/Environmental-Awareness-Meeting-1024x545.jpg)
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ଶକୁନ୍ତଳା ପବ୍ଲିକ ସ୍କୁଲ ପରିସରରେ ଏକ ପରିବେଶ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆମ୍ବଗଡ଼ିଆ ବିକାଶ ପରିଷଦ ଆନୁକୂଲ୍ୟରେ ପିଜୁଳି, ଲେମ୍ବୁ ଓ ବଉଳ ଆଦି ଚାରାରୋପଣ କରାଯିବା ସହ ସବୁଜ ପରିବେଶ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ୱାନ ଦିଆଯାଇଛି ।
ବିଦ୍ୟାଳୟର ପ୍ରତିଷ୍ଠାତା ସଞ୍ଜୟ କୁମାର ଗିରି ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ । ବିକାଶ ପରିଷଦର ସଭାପତି ଅନ୍ତର୍ଯ୍ୟାମୀ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ । ପରିଷଦର ଉପଦେଷ୍ଟା ଚକ୍ରଧର ଆଚାର୍ଯ୍ୟ ବେଦପାଠ କରିଥିଲେ । ମୁଖ୍ୟଅତିଥି ଭାବେ ପିଞ୍ଛାବଣିଆ ବୈଦିକ ଗୁରୁକୁଳ ଆଶ୍ରମର ଆଚାର୍ଯ୍ୟ ବିଜୟ ଜୀ, ମୁଖ୍ୟବକ୍ତା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସ୍ୱେଛାସେବୀ ଦେବେନ୍ଦ୍ର ଆଚାର୍ଯ୍ୟ, ସମ୍ମାନିତ ଅତିଥି କଳାକାର ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରକୃତିପ୍ରେମୀ ରବିନ୍ଦ୍ର ବେହେରା ଓ ଚୈତନ୍ୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପରିଷଦର ସମ୍ପାଦକ କୁଳ ମହାନ୍ତ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଡମ୍ବରୁଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।