ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ଦଳ ଘୋଷଣା
![](https://thetruths.in/wp-content/uploads/2021/07/England.jpg)
- ଫେରିଲେ ଇଅନ ମୋର୍ଗାନ, ବାହାରିଲେ ବେନ ଷ୍ଟୋକ୍ସ
ନୂଆଦିଲ୍ଲୀ : ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶେଷ ହୋଇଛି। ଏଥିରେ ପାକିସ୍ତାନକୁ ୩-୦ରେ ହରାଇ ଇଂଲଣ୍ଡ ସିରିଜ୍ କ୍ଲିନ୍ ସୁଇପ୍ କରିଛନ୍ତି। ସେହିପରି ଆସନ୍ତା ଜୁଲାଇ ୧୬ରୁ ଆରମ୍ଭ ହେଉଛି ୩ ମ୍ୟାଚର ଟି-୨୦ ସିରିଜ୍ । ଫଳରେ ଟି-୨୦ ଶୃଙ୍ଖଳା ପାଇଁ ଇଂଲଣ୍ଡ ପକ୍ଷରୁ ନିଜର ଦଳ ଘୋଷଣା ହୋଇଛି । ଦଳରେ ଅଧିନାୟକ ଇଅନ ମୋର୍ଗାନଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିବା ବେଳେ ବାଦ୍ ପଡିଛନ୍ତି ବେନ ଷ୍ଟୋକ୍ସ।
ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍ ପରେ ଇଂଲଣ୍ଡ କ୍ରିକେଟ୍ ଦଳର କିଛି ଖେଳାଳି କରୋନା ସଂକ୍ରମିତ ହେବାରୁ ପୂରା ଦଳକୁ ଆଇସୋଲେସନରେ ରହିବାକୁ ପଡିଥିଲା। ଫଳରେ ଇଂଲଣ୍ଡକୁ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ବି ଗ୍ରେଡ୍ ଦଳ ଚୟନ କରିଥିଲା। ବେନ ଷ୍ଟୋକ୍ସ ଏହାର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ହେଲେ ଇଂଲଣ୍ଡର ଏହି ବି ଟିମ୍ ପାକିସ୍ତାନ ଉପରେ ଭାରି ପଡିଥିଲେ ଏବଂ ସିରିଜ୍କୁ ୩-୦ରେ ଜିତି ନେଇଛନ୍ତି। ଏବେ କୋଭିଡ୍-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ସମସ୍ତ ଖେଳାଳି ଦଳକୁ ଫେରିଛନ୍ତି। ପଲ୍ କଲିଙ୍ଗଉଡ୍ ମୁଖ୍ୟ ପ୍ରଶିକ୍ଷକଙ୍କ ଦାୟିତ୍ଵ ସମ୍ଭାଳୁଥିବା ବେଳେ କ୍ରିସ୍ ସିଲଭରଉଡ ଛୋଟ ବିରତି ନେବେ।
ଇଂଲଣ୍ଡ ଦଳ :
ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲ୍ଲୀ, ଜୋନି ବେୟାରଷ୍ଟୋ, ଜାକ ବଲ୍, ଟମ ବେଣ୍ଟନ, ଜୋସ୍ ବଟଲର, ଟମ କରନ, ସୁଇସ୍ ଗ୍ରେଗାରୀ, କ୍ରିସ୍ ଜୋର୍ଡାନ, ସାକିବ ମହମୁଦ, ଡେଭିଡ୍ ମଲାନ, ମାଟ୍ ପାର୍କିଂସନ, ଆଦିଲ ରଶିଦ, ଜାସନ ରୟ, ଡେଭି୍ ଓ୍ଵିଲି।