ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
![](https://thetruths.in/wp-content/uploads/2023/09/IndiGo-Flight-Makes-Emergency-Landing-At-Bhubaneswar-Airport-After-Take-Off.webp)
ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଗୋଟିଏ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି । ଇଣ୍ଡିଗୋର ଭୁବନେଶ୍ୱର-ନୂଆଦିଲ୍ଲୀ ବିମାନରେ ଉଡ଼ାଣର ମାତ୍ର ଅଳ୍ପ କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ସିଗ୍ନାଲ ମିଳିବା ପରେ ଯାତ୍ରୀଙ୍କୁ ସତର୍କ କରାଇ ପାଇଲଟ ବିମାନକୁ ଜରୁରୀ ଅବତରଣ କରାଇଥିଲେ ।
ସୂଚନା ଯେ, ବିମାନଟି ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରେ ରହିଛି । ଡିଜିସିଏ ଅନୁମତି ଦେଲେ ବିମାନ ପୁଣି ନୂଆଦିଲ୍ଲୀ ଅଭିମୁଖେ ଉଡ଼ିବ ।