ଏମାର ମଠ ଦାୟୀତ୍ୱ ହସ୍ତାନ୍ତର ପାଇଁ ଅରାଜି ପୂର୍ବତନ ମହନ୍ତ : ୨ ପ୍ଲାଟୁନ୍ ଫୋର୍ସ ମୂତୟନ
ପୁରୀ : ପୁରୀ ଏମାର ମଠ ଦାୟୀତ୍ୱ ହସ୍ତାନ୍ତର ପାଇଁ ଅରାଜି ପୂର୍ବତନ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ । ଉତର ପାଶ୍ୱର୍ ମଠ ମହନ୍ତଙ୍କୁ ଏହି ଦାୟୀତ୍ୱ ହସ୍ତାନ୍ତର ପାଇଁ ନିଷ୍ପତି ହୋଇଥିବା ବେଳେ ପୂର୍ବତନ ମଠ ମହନ୍ତ ରାମାନୁଜ ଦାସ ଦାୟୀତ୍ୱ ହସ୍ତାନ୍ତର କିମ୍ବା ମଠ ଛାଡିବାକୁ ରାଜି ହେଉନାହାଁନ୍ତି । ଯାହାକୁ ନେଇ ଆଜି ସେଠାରେ ଚାପା ଉତେଜନା ସୃଷ୍ଟି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏମାର ମଠ ସାମ୍ନାରେ ୨ ପ୍ଲାଟୁନ୍ ଫୋର୍ସ ମୂତୟନ ରହିଛନ୍ତି ।
ରୁପା ଇଟାକୁ ନେଇ ସାରା ଭାରତରେ ଚର୍ଚ୍ଚିତ ହୋଇଥିବା ଏମାର ମଠର ମହନ୍ତ ପଦବିକୁନେଇ ଏବେ ମହାସମସ୍ୟା ସୃଷ୍ଟି ହୋଇଛି । ଆଜି ଏମାର ମଠ ମହନ୍ତ ଦାୟିତ୍ୱ ନେଇଥିବା ଉତରପାଶ୍ୱର୍ ମଠର ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ମଠର ଦାୟିତ୍ୱ ଅର୍ପଣ କରିବା ପାଇଁ ଏଣ୍ଡାମେଂଟ କମିଶନ ର ଇନ୍ସିପେକ୍ଟର, ପୁରୀର ମାଜିଷ୍ଟ୍ରେଟ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ଦାୟିତ୍ୱ ଦିଆଯାଇଥିଲା । ସବୁଠାରୁ ବିସ୍ମୟକର ଘଟଣା ପୂର୍ବରୁ ମଠମହନ୍ତ ଥିବା ରାଜଗୋପାଳ ରାମାନୁଜ ଦାସ ମଠ ଛାଡ଼ିବା ପାଇଁ ରାଜି ହୋଇନଥିଲେ । ମହନ୍ତଙ୍କ ଦାୟିତ୍ୱ ହସ୍ତାନ୍ତରକୁ ନେଇ ଆଇନଗତ ସମସ୍ୟା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ଜଗି ରହିଛି । ଶୁଣାଯାଉଛି ଯେ ସେଠାରେ ଆହୁରି ସୁନାହଣ୍ଡା ଓ ରୂପା ଥିବା ସ୍ଥାନୀୟ ଅଞ୍ଛଳରେ ଚର୍ଚ୍ଚା ହେଉଛି ।