ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ
ଭାସିଯିବା ବେଳେ ୨ ଯୁବକଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ
ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଗାଧୋଇବା ବେଳେ ଭାସି ଗଲେ ଦୁଇ ଯୁବକ । ପରେ ସେଠାରେ ଉପସ୍ଥିତ ଲାଇଫ୍ ଗାର୍ଡ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଉକ୍ତ ଯୁବକ ଦ୍ୱୟ ହେଲେ ବାଲେଶ୍ୱର ଜିଲାର ଗୌତମ ସେଠୀ ଓ ଜୀବନ କୁମାର ଦାସ ।
ସେକ୍ଟର-୨ ଦିଗବାରେଣୀ ଅଞ୍ଚଳ ବେଳାଭୂମି ନିକଟରେ ଗାଧୋଉଥିବା ସମୟରେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ ଏହି ଦୁଇ ଯୁବକ । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡମାନେ ଉଦ୍ଧାର କରିଥିବା ଜଣାପଡିଛି ।